ଓଡ଼ିଶାରେ ଉତ୍ପାଦନ ହୋଇଛି ଆବଶ୍ୟକତା ଠାରୁ ଅଧିକ ପିଆଜ
ଭୁବନେଶ୍ୱର: ଓଡ଼ିଶାରେ ଆବଶ୍ୟକତା ଠାରୁ ଅଧିକ ପିଆଜ ଉପôାଦନ ହେଉଛି । ବୁଧବାର ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖି କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି ।
ଶ୍ରୀ ସିଂହଦେଓ କହିଛନ୍ତି ଯେ ୨୦୨୩-୨୪ରେ ୩ ଲକ୍ଷ ୭୫ ହଜାର ମେଟ୍ରିକ ଟନ ପିଆଜ ଆବଶ୍ୟକ ଥିଲା । ମାତ୍ର ୪ ଲକ୍ଷ ୨୦ ହଜାର ମେଟ୍ରିକ ଟନ ଉପôାଦିତ ହୋଇଥିଲା ବୋଲି କେ ଭି ସିଂହଦେଓ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ମହାରାଷ୍ଟ୍ର, କର୍ଣ୍ଣାଟକରେ ଅମଳ ବିଳମ୍ବ ପାଇଁ ଦର ବଢ଼ୁଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।
Powered by Froala Editor