ରାଜ୍ୟରେ କାର୍ଯ୍ୟକ୍ଷମ ନାହିଁ କୌଣସି ସୂତାକଳ
ଭୁବନେଶ୍ୱର: ରାଜ୍ୟରେ ଏବେ କୌଣସି ସୂତାକଳ କାର୍ଯ୍ୟକ୍ଷମ ନାହିଁ । ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବୟନ ଶିଳ୍ପମନ୍ତ୍ରୀ । ବିଧାୟକ ଚକ୍ରମଣୀ କହଁରଙ୍କ ପ୍ରଶ୍ନର ଉତ୍ତର ଦେଇ ବୟନ ଶିଳ୍ପମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପୂର୍ବରୁ ଥିବା ୭ଟି ସୂତାକଳ ବର୍ତ୍ତମାନ ସବୁ ବନ୍ଦ ହୋଇ ପଡ଼ିଛି । ଓଡ଼ିଶାରେ ୧ ଲକ୍ଷ ୨୫ ହଜାର ୧୬୦ ହସ୍ତତନ୍ତ୍ର ଓ ୪୬୬୪ କଳତନ୍ତ ବୁଣାକାର ଅଛନ୍ତି । ସୂତାକଳଗୁଡ଼ିକୁ ଘରୋଇକରଣ କରିବାକୁ ପ୍ରକ୍ରିୟା ଜାରୀ ରହିଛି ବୋଲି ବୟନ ଶିଳ୍ପମନ୍ତ୍ରୀ ସୂଚନା ଦେଇଛନ୍ତି ।
Powered by Froala Editor