ଖାଦ୍ୟପେୟରେ ସଂଯୋଗ ରକ୍ଷା କରି ଆମେ ସୁସ୍ଥ ରହିପାରିବା: ରାଷ୍ଟ୍ରପତି
ଭୁବନେଶ୍ୱର: ପୁରୀ ସ୍ଥିତ ଆୟୁର୍ବେଦ କଲେଜ ହୀରକ ଜୟନ୍ତୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି ଯେ ଦେଶ ଓ ବିଦେଶରେ ଯୋଗ ଓ ଆୟୁର୍ବେଦ ଶିଖିବାକୁ ଇଚ୍ଛା କରୁଛନ୍ତି । ଖାଦ୍ୟପେୟରେ ସଂଯୋଗ ରକ୍ଷା କରି ଆମେ ସୁସ୍ଥ ରହିପାରିବା । ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା । ରୋଗ ପାଇଁ ଚିକିତ୍ସାର ଉପାୟ ଆୟୁର୍ବେଦରେ ରହିଛି । ଛାତ୍ରଛାତ୍ରୀ ଆୟୁର୍ବେଦରେ ଅଧିକ ଗବେଷଣା କରିବା ନେଇ ଆଶା ରହିଛି । ସଂଗ୍ରହାଳୟ ଓ ଘରେ ଏବେବି ଅନେକ ତାଳପତ୍ର ପୋଥି ରହିଛି । ତାଳପତ୍ର ପୋଥିରେ ଆୟୁର୍ବେଦ ଚିକିତ୍ସା ଅନେକ ଅବଦାନ ରହିଛି । ଛାତ୍ରଛାତ୍ରୀ ଗବେଷଣା କରି ଏହାକୁ ଲୋକଲୋଚନକୁ ଆଣିବା ନେଇ ଆଶା ରହିଥିବା ବୋଲି ରାଷ୍ଟ୍ରପତି କହିଛନ୍ତି ।
Powered by Froala Editor