Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, December 02, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ...

  • ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

  • ପ୍ରେମ କୁମାର ବିହାର ବିଧାନସଭାର ନୂଆ ...

  • ସଂସଦ ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ...

  • ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ ...

  • ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର

  • ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ...

  • କୁହୁଡି ପାଇଁ ୩ ମାସ ବନ୍ଦ ରହିବ ଟ୍ରେନ

  • ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ...

  • ପିତା ହେବାକୁ ଯାଉଛନ୍ତି ରଣଦୀପ୍‌

ରାଜ୍ୟ
Home ›› ରାଜ୍ୟ ››ଶେଷ ହେଲା ଭାରତୀୟ ନୌସେନାର ଫୁଲଡ୍ରେସ ରିହରସାଲ

ଶେଷ ହେଲା ଭାରତୀୟ ନୌସେନାର ଫୁଲଡ୍ରେସ ରିହରସାଲ

2024-12-03 05:41:38
13843
Share:
Facebook
Twitter
E-Mail
WhatsApp
Telegram
ଶେଷ ହେଲା ଭାରତୀୟ ନୌସେନାର ଫୁଲଡ୍ରେସ ରିହରସାଲ

ପୁରୀ : ପୁରୀର ଜଳ, ସ୍ଥଳ ଓ ଆକାଶ ପଥରେ ସୋମବାର ଶେଷ ହୋଇଛି ଭାରତୀୟ ନୌସେନାର ଫୁଲଡ୍ରେସ ରିହରସାଲ। ଲୋକଙ୍କୁ ଆଚମ୍ବିତ କରିଛି ପ୍ରବଳ ପରାକ୍ରମୀ ମାର୍କୋଶ ବାହିନୀ ସମେତ ଯୁଦ୍ଧ ଜାହାଜ ଏବଂ ଏୟାରକ୍ରାଫ୍ଟ ଗୁଡ଼ିକର ଦୁଃସାହସିକ ସାମରିକ କୌଶଳ। ସନ୍ଧ୍ୟାରେ ପ୍ରଦର୍ଶିତ ଆକର୍ଷଣୀୟ ଲେଜର ଶୋ, ଫାୟାର୍ ଶୋ ଏବଂ ଡ୍ରୋନ ଶୋ ସମବେତ ଜନତାଙ୍କୁ ବିଭୋର କରିଛି। ନୌବାହିନୀର ପରେଡ ସମେତ ସେନା ବ୍ୟାଣ୍ଡ ବେଶ ଚିତ୍ତାକର୍ଷକ ହୋଇଥିଲା। ଯୁଦ୍ଧ କୌଶଳ ପ୍ରଦର୍ଶନ ସମୟରେ ଉଡୁଥିବା ଜାତୀୟ ପତାକା ଦେଶାତ୍ମବୋଧର ବାର୍ତ୍ତା ପ୍ରଚାର କରିଛି। ସେନା ହେଲିକପ୍ଟର ଏବଂ ଏୟାରକ୍ରାଫ୍ଟ ଗୁଡ଼ିକର ପ୍ରଚଣ୍ଡ ଶବ୍ଦରେ ପ୍ରକମ୍ପିତ ହୋଇଛି ସମଗ୍ର ପୁରୀ ସହର। ସୋମବାର ନୌସେନାର ଚୂଡ଼ାନ୍ତ ଅଭ୍ୟାସରେ ୧୫ ଯୁଦ୍ଧ ଜାହାଜ, ୪୦ ଏୟାରକ୍ରାଫ୍ଟ ଓ ଚାରୋଟି ଯୁଦ୍ଧ ଟ୍ୟାଙ୍କ ସାମିଲ ହୋଇଥିଲେ। ଅପରାହ୍ନ ୪ ଟାରେ ସମରକଳା କୌଶଳ ପ୍ରଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ସ୍ଥଳସେନା ବାହିନୀର କେତେକ ଉପକରଣ ସେଥିରେ ବ୍ୟବହାର କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ଜାହାଜ ଗୁଡ଼ିକ କୌଶଳ ପ୍ରଦର୍ଶନ କରିଥିଲେ। ଉଭୟ ସ୍ଥଳ ଓ ଜଳ ପଥରେ ଦ୍ରୁତଗତିରେ ଯାତାୟାତ ପାଇଁ ସକ୍ଷମ ଥିବା ଟ୍ୟାଙ୍କ ଗୁଡ଼ିକ ଗୁଳିଗୋଳା ଏବଂ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କୌଶଳ ପ୍ରଦର୍ଶନ କରିଥିଲେ। ଆକାଶରୁ ଏୟାରକ୍ରାଫ୍ଟ ଗୁଡ଼ିକ ନିଆଁଗୋଳା ବର୍ଷଣ କରିଥିଲେ। ସମୁଦ୍ର ଭିତରେ ଥିବା ଯୁଦ୍ଧ ଜାହାଜ ଗୁଡ଼ିକୁ ରଙ୍ଗିନ ଆଲୋକରେ ସଜ୍ଜିତ କରାଯାଇଛି। ନୌସେନାର ବରିଷ୍ଠ ଅଧିକାରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ଫୁଲଡ୍ରେସ ରିହରସାଲ (ଚୂଡ଼ାନ୍ତ ଅଭ୍ୟାସ) ନିରୀକ୍ଷଣ କରିଥିଲେ। ଭାରତୀୟ ନୌସେନାର ଦୁଃସାହସିକ ସାମରିକ କୌଶଳ ଦେଖିବାକୁ ପେଣ୍ଠକଟାଠାରୁ ସିପଶରୁବାଲି ପର୍ଯ୍ୟନ୍ତ ସାତ କିମି ସମୁଦ୍ର ବେଳାଭୂମି ଲୋକାରଣ୍ୟ ହୋଇଥିଲା। ବୁଧବାର ପୁରୀରେ ନୌସେନା ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୌସେନାର ପରାକ୍ରମ ଦେଖିବେ। ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ନୌସେନା ପକ୍ଷରୁ ପ୍ରାୟ ୨୦ ପ୍ରକାର ସାମରିକ କୌଶଳ ସହ ସେନା ବ୍ୟାଣ୍ଡ ଏବଂ ଆକର୍ଷଣୀୟ ପରେଡ ପ୍ରଦର୍ଶନ କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବ୍ଲୁ ଫ୍ଲାଗ ବେଳାଭୂମିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଠାରେ ରାଷ୍ଟ୍ରପତିଙ୍କ ସମେତ ପ୍ରାୟ ଆଠ ହଜାର ନିମନ୍ତ୍ରିତ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ବେଳାଭୂମି ସମେତ ଆଖପାଖ ଅଞ୍ଚଳରେ ସାଧାରଣ ଲୋକଙ୍କ ବସିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ବେଳାଭୂମିକୁ ସଂପୂର୍ଣ୍ଣ ଅବରୋଧମୁକ୍ତ କରାଯାଇଛି। ସମଗ୍ର ପୁରୀ ସହର ପୁଲିସ ଛାଉଣୀରେ ପରିଣତ ହୋଇଛି। ସୁରକ୍ଷା ଦାୟିତ୍ବରେ ୮୫ ପ୍ଲାଟୁନ ପୁଲିସ ଫୋର୍ସ, ୩୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ୩ ଶହ ପୁଲିସ ଅଧିକାରୀ ଏବଂ ତିନିଶହ ଲାଇଫ ଗାର୍ଡ ମୁତୟନ କରାଯାଇଛି। ୩ ଅତିରିକ୍ତ ପୁଲିସ ମହାନିର୍ଦେଶକଙ୍କ ସମେତ ୧୪ ଏସପି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ। ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ସେଠାରୁ ଦିନ ୧୧ ଟାରେ ବାହାରି ବଡ଼ଦାଣ୍ଡ ଦେଇ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ। ପୁରୀ ରାଜଭବନରେ ଶ୍ରୀମତୀ ମୁର୍ମୁ ମଧ୍ୟାହ୍ନ ଭୋଜନ କରିବେ। ସେଠାରେ ପ୍ରାୟ ଦୁଇଘଣ୍ଟା ବିଶ୍ରାମ କରିବା ପରେ ଅପରାହ୍ଣ ଚାରିଟା ବେଳେ ବ୍ଲୁ ଫ୍ଲାଗ ବେଳାଭୂମିକୁ ଯାଇ ଭାରତୀୟ ନୌସେନା ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

Powered by Froala Editor

Tags Rehearsal

Related articles Odisha News Lens 4.1

  • ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଦୁଇ କୋରିଓଗ୍ରାଫର
    ମନୋରଞ୍ଜନ

    ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଦୁଇ କୋରିଓଗ୍ରାଫର

    15909
    Nov 30, 2025
  • ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର
    ଦେଶ-ଦେଶାନ୍ତର

    ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର

    13907
    Dec 02, 2025
  • ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ବିବାହ କଲେ ସାମନ୍ଥା
    ମନୋରଞ୍ଜନ

    ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ବିବାହ କଲେ ସାମନ୍ଥା

    14658
    Dec 02, 2025
  • ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ କନ୍ୟା ଫେରାର
    ଦେଶ-ଦେଶାନ୍ତର

    ବରଣମାଳା ପିନ୍ଧାଇବା ପରେ ପ୍ରେମିକ ସହ କନ୍ୟା ଫେରାର

    14559
    Dec 02, 2025
  • ସଂସଦ ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ନାରାବାଜି
    ଦେଶ-ଦେଶାନ୍ତର

    ସଂସଦ ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ନାରାବାଜି

    14255
    Dec 02, 2025
  • ପିତା ହେବାକୁ ଯାଉଛନ୍ତି ରଣଦୀପ୍‌
    ମନୋରଞ୍ଜନ

    ପିତା ହେବାକୁ ଯାଉଛନ୍ତି ରଣଦୀପ୍‌

    15068
    Nov 30, 2025
  • ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର
    ମନୋରଞ୍ଜନ

    ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର

    13715
    Nov 30, 2025
  • କୁହୁଡି ପାଇଁ ୩ ମାସ ବନ୍ଦ ରହିବ ଟ୍ରେନ
    ଦେଶ-ଦେଶାନ୍ତର

    କୁହୁଡି ପାଇଁ ୩ ମାସ ବନ୍ଦ ରହିବ ଟ୍ରେନ

    14069
    Nov 30, 2025
  • ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି
    ଦେଶ-ଦେଶାନ୍ତର

    ପ୍ରେମ କୁମାର ବିହାର ବିଧାନସଭାର ନୂଆ ବାଚସ୍ପତି

    14099
    Dec 02, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଡିଭୋର୍ସର ୪ବର୍ଷ ପରେ ନିର୍ଦ୍ଦେଶକଙ୍କୁ ବିବାହ କଲେ ସାମନ୍ଥା

    14658
    Dec 02, 2025
  • ଦେଶ-ଦେଶାନ୍ତର

    ସଂସଦ ଶୀତକାଳୀନ ଅଧିବେଶନ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ନାରାବାଜି

    14255
    Dec 02, 2025
  • ମନୋରଞ୍ଜନ

    ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର

    13715
    Nov 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16874
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16970
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17313
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15785
    Apr 03, 2021

ବିଶେଷ

  • ଶୀତଦିନେ ଶରୀରକୁ ଗରମ ରଖିବ ଏହି ସୁପର ଫୁଡ୍

    14908
    Dec 02, 2025
  • ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ

    15818
    Nov 30, 2025
  • ଭଜାବୁଟ ଚୋପାର ରହିଛି ବହୁତ ଚମତ୍କାରୀ ଗୁଣ ଜାଣନ୍ତୁ.....

    14758
    Nov 29, 2025
  • ଖାଲି ପେଟରେ ଗ୍ରହଣ କରନ୍ତୁନି ଏହିସବୁ ଖାଦ୍ୟ ଓ ପାନୀୟ

    14307
    Nov 28, 2025
  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    14052
    Nov 26, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14868
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14747
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14337
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13984
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଦୁଇ କୋରିଓଗ୍ରାଫର

    15909
    Nov 30, 2025
  • ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର

    13907
    Dec 02, 2025
  • ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର

    13715
    Nov 30, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In