ଖଣ୍ଡା ଚୋଟରେ ହୋଟେଲ ମାଲିକ ଗୁରୁତର
ବାଲେଶ୍ୱର : ହୋଟେଲ ମାଲିକଙ୍କୁ ବିଚ୍ ରାସ୍ତାରେ ହାଣିଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ସରସ୍ୱତୀପୁର ସମଲପୁର ଛକରେ ଘଟିଛି। ହୋଟେଲ ମାଲିକଙ୍କୁ ଆକ୍ରମଣ ହୋଇଥିବା ଶୁକ୍ରବାର ଜଣାପଡିଛି। ଖଣ୍ଡା ଚୋଟରେ ହୋଟେଲ ମାଲିକ ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ୬ ରୁ ୭ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା ମିଳିଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Powered by Froala Editor