ଭୁଲ୍ ନା ଆଉ କିଛି : ଐଶ୍ୱର୍ଯ୍ୟାଙ୍କ ନାଁରେ ନାହିଁ ବଚ୍ଚନ ସାଙ୍ଗିଆ
ବଲିଉଡ଼ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସର୍ବଦା ଲାଇମ ଲାଇଟରେ ରୁହନ୍ତି । କିଛି ସମୟରୁ ତାଙ୍କର ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡ଼ପତ୍ରର ଖବର ଖୁବ ଚର୍ଚ୍ଚାରେ ରହିଛି । ଏସବୁ ଖବର କ୍ରମାଗତ ଭାବେ ସାମ୍ନାକୁ ଆସୁଥିବା ବେଳେ ଐଶ୍ବର୍ଯ୍ୟା କି ଅଭିଷେକ ଏନେଇ ଏଯାବତ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନାହାନ୍ତି। ଏହାରି ମଧ୍ୟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନଙ୍କ ଛାଡ଼ପତ୍ରକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି ।
ଅଭିନେତ୍ରୀ ଦୁବାଇରେ ଆୟୋଜିତ ଗ୍ଲୋବାଲ ୱିମେନ ଫୋରମରେ ଭାଗ ନେବାକୁ ପହଞ୍ଚିଥିଲେ । ହେଲେ ଏହି ଇଭେଣ୍ଟରେ ଐଶ୍ୱର୍ଯ୍ୟା ରାୟଙ୍କ ନାମରୁ ବଚ୍ଚନ ସରନେମ ନଥିଲା, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଲାଗିଥିବା ସ୍କ୍ରିନରେ ଐଶ୍ବର୍ଯ୍ୟା ରାଏଙ୍କ ନାମରୁ ବଚ୍ଚନ ସାଙ୍ଗିଆ ହଟିଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଲୋକମାନଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲୋକେ ପ୍ରଶ୍ନ କରୁଛନ୍ତି କି, ମଞ୍ଚ ଉପରେ ଲାଗିଥିବା ସ୍କ୍ରିନରେ ଐଶ୍ବର୍ଯ୍ୟା ରାଏଙ୍କ ନାମରୁ ବଚ୍ଚନ ହଟିଯିବା ଘଟଣା ତ୍ରୁଟି ହେତୁ ହୋଇଛି ନା ଏହା ପଛର କିଛି କାରଣ ରହିଛି।
ଏହି କଥା ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି ଏବଂ ଜଣେ ୟୁଜର ଲେଖିଛନ୍ତି ଯେ, ‘ବି’ ଶବ୍ଦ ତାଙ୍କ ନାମରୁ ହଜିଯାଇଛି ।
Powered by Froala Editor