Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, August 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ...

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ...

  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ...

  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ...

  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ...

  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ ...

  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ...

  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ...

ବାଣିଜ୍ୟ
Home ›› ବାଣିଜ୍ୟ ››ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

2025-12-18 12:36:51
14351
Share:
Facebook
Twitter
E-Mail
WhatsApp
Telegram
ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

ନୂଆଦିଲ୍ଲୀ: ଭାରତରେ ସିମେଣ୍ଟ ଉତ୍ପାଦନକାରୀମାନଙ୍କର ଶୀର୍ଷ ପରିଷଦ ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ଜେଏସ୍‌ଡବ୍ଲୁ୍ୟ ସିମେଣ୍ଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ପାର୍ଥ ଜିନ୍ଦଲଙ୍କୁ ସିଏମ୍‌ଏର ନୂତନ ପ୍ରେସିଡେଣ୍ଟ ଭାବରେ ଚଳିତ ବର୍ଷ ଡିସେମ୍ବର ୧୮ ତାରିଖରେ ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଛି । ଜେ କେ ସିମେଣ୍ଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଡ. ରାଘବପତ୍‌ ସିଂଘାଣିଆ ଆସୋସିଏସନର ଭାଇସ୍‌ ପ୍ରେସିଡେଣ୍ଟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଜିନ୍ଦଲ ବିଦାୟୀ ପ୍ରେସିଡେଣ୍ଟ ତଥା ଶ୍ରୀ ସିମେଣ୍ଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟରଙ୍କ ନିକଟରୁ ନୂତନ ପ୍ରେସିଡେଣ୍ଟ ଦାୟିତ୍ୱ ଗ୍ରହଣ କରିଛନ୍ତି । ସିଏମ୍‌ଏ ସଦସ୍ୟଗଣ ସର୍ବସମ୍ମତ କ୍ରମେ ନୂତନ ପ୍ରେସିଡେଣ୍ଟ ଓ ଭାଇସ୍‌ ପ୍ରେସିଡେଣ୍ଟଙ୍କ ନାମରେ ମୋହର ମାରିବା ସହିତ ଆସୋସିଏସନର ନେତୃତ୍ୱ ନେବାରେ ଏହି ଦୁଇ ବ୍ୟକ୍ତିତ୍ୱଙ୍କ ଉପରେ ସେମାନଙ୍କର ଆସ୍ଥା ପୁନଃ ଦୃଢତାର ସହିତ ପ୍ରକଟ କରିଥିଲେ । 

ସିଏମ୍‌ଏ ଇତିହାସରେ ପ୍ରଥମ ଥର ପାଇଁ  ଆସୋସିଏସନ ଯୁବ ପିଢିର ପ୍ରେସିଡେଣ୍ଟ ଓ ଭାଇସ୍‌ ପ୍ରେସିଡେଣ୍ଟଙ୍କ ଦ୍ୱାରା ପରିଚାଳିତ ହେବ, ଯେଉଁମାନଙ୍କର ପ୍ରଗତିଶୀଳ ଦୂରଦୃଷ୍ଟି ଏବଂ ବିକାଶକାରୀ ଚିନ୍ତାଧାରାଗୁଡିକ ସିଏମ୍‌ଏକୁ ଏବଂ ଏହାର ଦୀର୍ଘସ୍ଥାୟୀ କାର୍ଯ୍ୟାବଳୀକୁ ସୁଦୃଢ କରିବ । 

ଶ୍ରୀ ପାର୍ଥ ଜିନ୍ଦଲ ହେଉଛନ୍ତି ଜେଏସ୍‌ଡବ୍ଲୁ୍ୟ ସିମେଣ୍ଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର । ସିଏମ୍‌ଏରେ ଶ୍ରୀ ଜିନ୍ଦଲ ଆସୋସିଏନର ୬୦ ବର୍ଷରେ ଇତିହାସରେ ସର୍ବକନିଷ୍ଠ ନିର୍ବାଚିତ ପ୍ରେସିଡେଣ୍ଟ ହୋଇଛନ୍ତି ଏବଂ ସେ ଭାରତୀୟ ସିମେଣ୍ଟ ଶିଳ୍ପ ସମ୍ମୁଖୀନ ହେଉଥିବା ମୁଖ୍ୟ ଚାଲେଞ୍ଜଗୁଡିକ ପ୍ରତି ଦୃଷ୍ଟିଦେବା ଏବଂ ଏହାକୁ ନୂତନ ଶକ୍ତି ଓ ଦୃଷ୍ଟିକୋଣ ପ୍ରଦାନ କରିବା ଆଶା କରାଯାଉଛି । 

ପ୍ରେସିଡେଣ୍ଟ ଭୂମିକାରେ ଶ୍ରୀ ଜିନ୍ଦଲ ଦୀର୍ଘସ୍ଥାୟୀ ନିର୍ମାଣ କାର୍ଯ୍ୟାଭ୍ୟାସ, ଶକ୍ତି ରୂପାନ୍ତରଣ (ଅଙ୍ଗାରକ ମୁକ୍ତ) ଏବଂ ଜଲିଷ୍ଟିକ୍ସର ଶୀର୍ଷକରଣ ଉପରେ ଗୁରୁତ୍ୱ ପ୍ରଦାନ କରି ସିଏମ୍‌ଏର ନୀତିଗତ କାର୍ଯ୍ୟସୂଚୀଗୁଡିକୁ ନୀତି ନିର୍ଦ୍ଧାରଣକାରୀ, ନିୟାମକ ଏବଂ ଅନ୍ୟ ସହଭାଗୀମାନଙ୍କ ସହିତ ଆଗେଇ ନେବେ ଏବଂ ସିମେଣ୍ଟ ଶିଳ୍ପର ସାମୂହିକ ସ୍ୱର ଏବଂ ଅଗ୍ରାଧିକାରତାକୁ ସିଏମ୍‌ଏରେ ଉପସ୍ଥାପନ କରିବେ । ଏଥିସହିତ ସିଏମ୍‌ଏ ସଦସ୍ୟତା ସଂଖ୍ୟା ବୃଦ୍ଧି କରିବା ମଧ୍ୟ ତାଙ୍କର ଏକ ମୁଖ୍ୟ ଅଗ୍ରାଧିକାର କାର୍ଯ୍ୟ ହେବ । 

ତାଙ୍କର ନିର୍ବାଚନ ସମ୍ପର୍କରେ ପ୍ରକାଶ କରି ଶ୍ରୀ ପାର୍ଥ ଜିନ୍ଦଲ, ପ୍ରେସିଡେଣ୍ଟ, ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ୍‌ (ସିଏମ୍‌ଏ) କହିଥିଲେ, “ସିଏମ୍‌ଏର ପ୍ରେସିଡେଣ୍ଟ ଦାୟିତ୍ୱ ଗ୍ରହଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ ଅଛି । ସିମେଣ୍ଟ ଶିଳ୍ପ ସମ୍ପ୍ରତି ଦ୍ରୁତ ଭିତ୍ତିଭୂମି ଅଭିବୃଦ୍ଧି ଓ ଦୀର୍ଘସ୍ଥାୟୀ ଅନିବାର୍ଯ୍ୟତା ମଧ୍ୟରେ ସନ୍ତୁଳନ ରକ୍ଷା କରୁଛି । କେନ୍ଦ୍ର ଓ ରାଜ୍ୟ  ସ୍ତରରେ ନୀତି ନିର୍ଦ୍ଧାରଣକାରୀଙ୍କ ସହିତ ଗଭୀର ସହଯୋଗୀତା ରକ୍ଷା କରିବା ଉପରେ ମୋର ଦୃଷ୍ଟିନିବଦ୍ଧ ରହିବ ଯାହାଦ୍ୱାରା ଭାରତୀୟ ସିମେଣ୍ଟ ଶିଳ୍ପ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ରହିବା ସହିତ ଭାରତର ଦୀର୍ଘସୂତ୍ରୀ ବିକାଶ ଲକ୍ଷ୍ୟସମୂହ ପ୍ରତି ଅବଦାନ ରଖିବାରେ ଏକନିଷ୍ଠ ରହିବା ସୁନିଶ୍ଚିତ ହୋଇପାରିବ ।”

ଡ. ରାଘବପତ୍‌ ସିଂଘାଣିଆ, ଭାଇସ୍‌ ପ୍ରେସିଡେଣ୍ଟ, ଜେ କେ ସିମେଣ୍ଟ ଲିମିଟେଡ ଜଣେ ପୋଖତ ବ୍ୟବସାୟିକ ନେତୃତ୍ୱ ଏବଂ ତାଙ୍କର ଗ୍ରେ ଓ ହ୍ୱାଇଟ ସିମେଣ୍ଟ ଶିଳ୍ପରେ ବ୍ୟାପକ ଅଭିଜ୍ଞତା ରହିଛି । ନୂତନ ଯୁଗର ନିର୍ମାଣ ସାମଗ୍ରୀ ସମ୍ପର୍କରେ ଗବେଷଣା କରିବାରେ ତାଙ୍କର ଗଭୀର ଆଗ୍ରହ ରହିଛି । ଏହି କ୍ଷେତ୍ରରେ ତାଙ୍କର ବ୍ୟାପକ ଅନୁଭୂତି ସହିତ ଶ୍ରୀ ସିଂଘାଣିଆ ଶିଳ୍ପ ସପକ୍ଷରେ ମଜଭୁତ ଯୁକ୍ତି ଉପସ୍ଥାପନ ଏବଂ ନିୟୋଜନତା ଦ୍ୱାରା ସିଏମ୍‌ଏର ଲକ୍ଷ୍ୟସମୂହକୁ ଆଗକୁ ଆଗେଇନେବା ଆଶା କରାଯାଉଛି । 

ଡ. ରାଘାବପତ୍‌ ସିଂଘାଣିଆ, ଭାଇସ୍‌ ପ୍ରେସିଡେଣ୍ଟ, ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) କହିଥିଲେ, “ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନର ଭାଇସ୍‌ ପ୍ରେସିଡେଣ୍ଟ ଦାୟିତ୍ୱ ଗ୍ରହଣ କରି ନିଜକୁ ମୁଁ ଗୋ÷ରବାନ୍ୱିତ ମନେ କରୁଛି । ଭାରତୀୟ ସିମେଣ୍ଟ ଶିଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧିକ୍ଷଣରେ ରହିଛି, ଯେଉଁଠାରେ ଦାୀର୍ଘସ୍ଥାୟିତା, ନବସୃଜନ ଏବଂ ପ୍ରତିଦ୍ୱନ୍ଦ୍ୱିତା ସାମର୍ଥ୍ୟ ଏକତ୍ର ଆଗକୁ ବଢିବାର ଜରୁରୀ ଆବଶ୍ୟକତା ରହିଛି । ସିଏମ୍‌ଏ  ଭାରତ ସରକାରଙ୍କର୨୦୭୦ ସୁଦ୍ଧା ନେଟ୍‌ ଜିରୋ ଲକ୍ଷ୍ୟ ମୁତାବକ କାର୍ଯ୍ୟ କରୁଛି । ଆମର କାର୍ଯ୍ୟକଳାପ ଏବଂ ଭାରତର ଅଭିବୃଦ୍ଧି ତଥା ରାଷ୍ଟ୍ର ନିର୍ମାଣ ନିମନ୍ତେ ଆମର ନିରନ୍ତର ସହଭାଗୀତା ନିମନ୍ତେ ଆମର ନୀତିଗତ କାର୍ଯ୍ୟାବଳୀକୁ ଅଧିକ ଆଗେଇନେବା ନିମନ୍ତେ ସିଏମ୍‌ଏ କମ୍ପାନୀଗୁଡିକ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ମୁଁ ଆଗ୍ରହ ରଖୁଛି ।”

ସମ୍ମିଳିତ ଭାବରେ ପ୍ରେସିଡେଣ୍ଟ ଏବଂ ଭାଇସ୍‌ ପ୍ରେସିଡେଣ୍ଟ ସିଏମ୍‌ଏକୁ ଏକ ସୋ÷ହାର୍ଦ୍ଦାପୂର୍ଣ୍ଣ ଏବଂ ଭବିଷ୍ୟତ ସମ୍ବଳିତ ନେତୃତ୍ୱ ପ୍ରଦାନ କରିବା ଆଶା କରାଯାଉଛି, ଯେଉଁଥିରେ ତାଜା ଦୃଷ୍ଟିକୋଣ ସହିତ ରଣକୋ÷ଶଳାତ୍ମକ ସ୍ୱଚ୍ଛତା ରହିଥିବ । ସିଏମ୍‌ଏର ନୀତିସମୂହ ସପକ୍ଷରେ ଯୁକ୍ତିକୁ ଅଧିକ ବଳଶାଳୀ କରିବା ତଥା ରାଷ୍ଟ୍ରନିର୍ମାଣ, ଭିତ୍ତିଭୂମିର ବିକାଶ ଏବଂ ଏକ ବିକଶିତ ଭାରତ ନିମନ୍ତେ ଦେଶର ଯାତ୍ରାରେ ସିମେଣ୍ଟ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପୁନଃଦୃଢୀକରଣ କରିବାରେ ସେମାନଙ୍କର ସମ୍ମିଳିତ ଆଭିମୁଖ୍ୟ  ଆଶା କରାଯାଉଛି ।

Powered by Froala Editor

Tags CMA

Related articles Odisha News Lens 4.1

  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...

    13905
    Aug 01, 2026
  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ
    ଦେଶ-ଦେଶାନ୍ତର

    ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

    13408
    Aug 02, 2026
  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଫେରିଲେ କୋଲକାତା
    ଦେଶ-ଦେଶାନ୍ତର

    ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଫେରିଲେ କୋଲକାତା

    14452
    Jul 31, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ
    ବିଶେଷ

    ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14448
    Jul 31, 2026
  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ

    15259
    Aug 01, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...
    ବାଣିଜ୍ୟ

    ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...

    14174
    Jul 31, 2026
  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର
    ଦେଶ-ଦେଶାନ୍ତର

    ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର

    14882
    Aug 01, 2026
  • ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ୪ ମହଲା କୋଠା, ଚାଲିଗଲା ୭ ଜୀବନ

    15843
    Jul 31, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର
    ବିଶେଷ

    ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15501
    Aug 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14448
    Jul 31, 2026
  • ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ

    15259
    Aug 01, 2026
  • ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ...

    13905
    Aug 01, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17011
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17616
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17669
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18070
    Sep 06, 2023

ବିଶେଷ

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15501
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14448
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14369
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15991
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15877
    Jul 25, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

ବେଦାନ୍ତ ଆଲୁମିନିୟମର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମରେ କ୍ଷୀରୋଦ କୁମାର ଏବଂ ଓଙ୍କାର ମାଝୀ ଗତ ଚାରି ବର୍ଷ ଧରି ପ୍ରଶିକ୍ଷଣ ନେଉଛନ୍ତି

ଭୁବନେଶ୍ୱର 01.08.2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14174
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14245
    Jul 29, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    15031
    Jul 28, 2026
  • ଫିକା ପଡିବ ସୁନାର ଚମକ

    14132
    Jul 27, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାଂଲାଦେଶୀ ଲେଖିକା ତସଲିମା ନସରିନ୍‌ ଫେରିଲେ କୋଲକାତା

    14452
    Jul 31, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14448
    Jul 31, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14174
    Jul 31, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In