ସରକାରୀ ବଙ୍ଗଳା ଖାଲି କଲେ ରାବ୍ରି ଦେବୀ
ନୂଆଦିଲ୍ଲୀ: ରାତାରାତି ସରକାରୀ କ୍ୱାର୍ଟର ଖାଲି କରିଛନ୍ତି ପୂର୍ବତ୍ତନ ବିହାର ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ । ପାଟନା ସହର ସ୍ଥିତ ସର୍କୁଲାର ରୋଡ୍ ରେ ଥିବା ରାବ୍ରି ଦେବୀଙ୍କ ସରକାରୀ ବଙ୍ଗଳାରୁ ମଧ୍ୟରାତ୍ରିରେ ଆସବାବପତ୍ର ବୁହା ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ନେତା ଲାଲୁ ଯାଦବଙ୍କ ପତ୍ନୀ ରାବ୍ରି ଦେବୀ ସରକାରୀ ବଙ୍ଗଳା ଖାଲି କରିବା ଆରମ୍ଭ କରିଛନ୍ତି । ଉକ୍ତ ସରକାରୀ ବଙ୍ଗଳାରେ ଲାଲୁ ପରିବାର ପ୍ରାୟ ଦୁଇ ଦଶନ୍ଧି ଧରି ରହି ଆସୁଥିଲେ । ୨୦୨୪ ନିର୍ବାଚନରେ ଏନଡିଏ ବହୁମତ ସହ ବିହାରରେ ସରକାର ଗଢିବା ପରେ ଉକ୍ତ ବଙ୍ଗଳା ଖାଲି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ବିହାର ରାଜନୀତିରେ ଝଡ ଦେଖିବାକୁ ମିଳିଥିଲା । ଘଟଣାର ଗୋଟିଏ ମାସ ପରେ ମଧ୍ୟ ରାତିରେ ବଙ୍ଗଳାରୁ ଆସବାବପତ୍ର ଏବଂ ଘରୋଇ ଜିନିଷପତ୍ର ସ୍ଥାନାନ୍ତର ହେଉଥିବା ଦେଖିବାକୁ ମିଳିଛି
ତେବେ ବିହାର ସରକାରଙ୍କ କୋଠା ନିର୍ମାଣ ବିଭାଗ ରାବ୍ରୀ ଦେବୀଙ୍କୁ ଏକ ନୂତନ ସରକାରୀ ବାସଗୃହ ଆବଣ୍ଟନ କରିଛି । ନୂତନ ଆବଣ୍ଟନ ଆନୁଷ୍ଠାନିକ ହେବା ସହିତ, ସର୍କୁଲାର ରୋଡ ସ୍ଥିତ ବଙ୍ଗଳା ଖାଲି କରିବା ମଧ୍ୟ ବାଧ୍ୟତାମୂଳକ ହୋଇଛି । ବଙ୍ଗଳାରେ ଲାଲୁ ପରିବାର ୨୦୦୬ ମସିହାରୁ ରହୁଛନ୍ତି ।
Powered by Froala Editor