ଭାରତର ନିର୍ବାଚନ ବ୍ୟବସ୍ଥା ଉପରେ ମନ୍ତବ୍ୟ ଦେଇ ଏହା କହିଲେ ଏଲନ ମସ୍କ

ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ ମସ୍କ ସର୍ବଦା ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ଏବେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଭାରତର ନିର୍ବାଚନ ବ୍ୟବସ୍ଥା ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ କହିଛନ୍ତି ଯେ, ଭାରତ ଗୋଟିଏ ଦିନରେ ୬୪୦ ନିୟୁତ ଅର୍ଥାତ ୬୪ କୋଟି ଭୋଟ ଗଣତି କରିଦେଲା, କିନ୍ତୁ ଆମେରିକାର ଏକ ରାଜ୍ୟ କାଲିଫର୍ଣ୍ଣିଆରେ ଏବେ ବି ଭୋଟ ଗଣତି ଜାରି ରହିଛି।
ସାମାଜିକ ଗଣମାଧ୍ୟମ ଏକ୍ସ’ର ମାଲିକ ମସ୍କ ନିଜର ଏହି ମନ୍ତବ୍ୟ ନିଜ ସାମାଜିକ ଗଣମାଧ୍ୟମ ସାଇଟ୍ରେ ଏହି ପୋଷ୍ଟ କରିଛନ୍ତି। ଏକ୍ସ’ରେ ଜଣେ ବ୍ୟବହାରକାରୀ ଲେଖିଥିଲେ, ଭାରତ ଗୋଟିଏ ଦିନରେ ୬୪ କୋଟି ଭୋଟ ଗଣିଦେଲା, କିନ୍ତୁ କାଲିଫର୍ଣ୍ଣିଆ ଦେଢ଼ କୋଟି ଭୋଟକୁ ଏବେ ବି ଗଣୁଛି। ମତଦାନର ୧୮ ଦିନ ବିତିଗଲାଣି, କିନ୍ତୁ ଭୋଟ ଗଣତି ସରୁନାହିଁ। ଏଲନ ମସ୍କ ଏହି ପୋଷ୍ଟ ଉପରେ ନିଜର ପ୍ରତିକ୍ରିୟା ରଖି ଏପରି କହିଛନ୍ତି।
Powered by Froala Editor