ଅଣୁଶକ୍ତିନଗରରୁ ହାରିଲେ ଫହାଦ, ଇଭିଏମ୍କୁ ନେଇ ପ୍ରଶ୍ନ ଉଠାଇଲେ ସ୍ୱରା
ମହାରାଷ୍ଟ୍ରର ଅଣୁଶକ୍ତି ନଗର ନିର୍ବାଚନ ମଣ୍ଡଳୀରେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଫହାଦ ଅହମଦ ପଛରେ ପଡ଼ିବାରୁ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ସ୍ୱରା ଭାସ୍କର ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୂଚନାନୁସାରେ, ତାଙ୍କ ପ୍ରତିଦ୍ବନ୍ଦ୍ବୀ ସନା ମଲିକ ଫହାଦ ଅହମଦଙ୍କୁ ଅଣୁଶକ୍ତି ନଗର ବିଧାନସଭା ଆସନରୁ ପରାସ୍ତ କରିଛନ୍ତି। ହେଲେ ଅଣୁଶକ୍ତି ନଗର ଆସନ ପାଇଁ ଚାଲିଥିବା ଗଣନା ଶେଷ ହୋଇଥିବା ବେଳେ ଫହାଦ ପଛରେ ରହିଯାଇଛନ୍ତି।
ଫହାଦ ବଡ଼ ଲିଡ କରିଥିବା ବେଳେ କେମିତି ହଠାତ୍ ପଛରେ ପଡ଼ିଲେ ବୋଲି ସ୍ୱରା ଭାସ୍କର ପ୍ରଶ୍ନ କରିଛନ୍ତି। ଏଥିସହ ଇଭିଏମକୁ ନେଇ ସେ ନିର୍ବାଚନ କମିଶନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।ଶରଦ ପାୱାରଙ୍କ ଏନସିପିରୁ ପ୍ରାର୍ଥୀ ହୋଇଥିବା ଫହାଦଙ୍କ ବିରୋଧରେ ଅଜିତ ପାୱାରଙ୍କ ଏନସିପିରୁ ସନା ମଲିକ ଲଢ଼ୁଥିଲେ। ତେଣୁ ଏଠାରେ ନୱାବ ମଲିକଙ୍କ ଝିଅ ସନା ଜିତିଛନ୍ତି ।
ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦ ଏନସିପି (ଶରଦ ପାୱାର) ଟିକେଟରେ ଅଣୁଶକ୍ତି ନଗରରୁ ନିର୍ବାଚନ ଲଢୁଥିଲେ। ଯଦି ଆମେ ତାଙ୍କ ରାଜନୈତିକ ଜୀବନ ଦେଖିବା ତେବେ ଫାହାଦ ଅହମ୍ମଦ ପୂର୍ବରୁ ସମାଜବାଦୀ ପାର୍ଟିରେ ଥିଲେ। କିନ୍ତୁ କିଛି ଦିନ ତଳେ ସେ ସମାଜବାଦୀ ପାର୍ଟି ଛାଡି ଏନସିପି (ଶରଦ ପାୱାର)ରେ ଯୋଗ ଦେଇଥିଲେ। ଏହା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲେ ବି ସେ ହାରିଯାଇଛନ୍ତି |
Powered by Froala Editor