Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, August 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହା କଲେ ହେବ ନାହିଁ ଗ୍ୟାସ୍

  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ...

  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ...

  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

  • ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ...

  • ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ...

  • କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ...

  • ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ...

  • ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ...

  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ...

ରାଜ୍ୟ
Home ›› ରାଜ୍ୟ ››ମହାନ ଜନନାୟକ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ

ମହାନ ଜନନାୟକ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ

2024-11-23 13:33:09
14339
Share:
Facebook
Twitter
E-Mail
WhatsApp
Telegram
ମହାନ ଜନନାୟକ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ

ଭୁବନେଶ୍ୱର : ଓଡିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୀବନ ଓ କୃତିତ୍ବ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ ଥିଲେ ଆଧୁନିକ ଓଡିଶା ନିର୍ମାଣର ବିଶ୍ବକର୍ମା। ଡଃ ମହତାବଙ୍କ ବିନା ଆଧୁନିକ ଓଡିଶାର କଳ୍ପନା କରାଯାଇ ନପାରେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ଠାରେ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସ୍ମରଣତ୍ସୋବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି।

ସୂଚନା ଯୋଗ୍ୟ ଯେ ଏହି ସ୍ମରଣତ୍ସୋବର ପ୍ରଥମ ଦିନରେ ନୂଆ ଦିଲ୍ଲୀରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରର କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗଦେଇଥିଲେ।

ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଡଃ ମହତାବଙ୍କୁ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତ୍ୟିକ, ସାମ୍ବାଦିକ, ଐତିହାସିକ, କୂଟନୀତିଜ୍ଞ ଓ ଲୋକପ୍ରିୟ ରାଜନେତା ଭାବେ ବିବେଚନା କରାଯାଇଥାଏ। ୧୯୨୧ ରେଭେନ୍ସା ମହାବିଦ୍ୟାଳୟରେ ପଢୁଥିବା ସମୟରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ପାଠ ପଢା ଛାଡି ସେ ସ୍ବାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଡଃ ମହତାବ ଓଡିଶାରେ ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ ନେଇ ଜନମାନସରେ ଏକ ନୂତନ କ୍ରାନ୍ତି ଆଣିଥିଲେ। ଭାରତର ସ୍ବାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଓଡିଶାରେ ରାଜନୈତିକ ଓ ସାମାଜିକ ଉତ୍‌ଥାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଅତୁଳନୀୟ। ଗାନ୍ଧିଜୀଙ୍କ ଆଦର୍ଶରେ ପରିଚାଳିତ ହୋଇ ଓଡିଶାରେ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତ ଛାଡ ଆନ୍ଦୋଳନ ସବୁଥିରେ ତାଙ୍କର ପ୍ରମୁଖ ଭୂମିକା ରଖିଥିଲେ। ଏଥିପାଇଁ ୧୯୨୧ ରୁ ୧୯୪୬ ମଧ୍ୟରେ ସେ ଅନେକବାର କାରାଗାର ଭୋଗ କରିଥିଲେ। ଓଡିଶାର ଗଡଜାତ ଆନ୍ଦୋଳନରେ ମଧ୍ୟ ତାଙ୍କର ମୁଖ୍ୟ ଭୂମିକା ରହିଥିଲା।

ସେ ପୁଣି କହିଥିଲେ ଦେଶ ସ୍ବାଧୀନ ହେବା ପୂର୍ବରୁ ୧୯୪୬ ମସିହା ଅପ୍ରେଲ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଓଡିଶାର ଶାସନ ଭାର ଗ୍ରହଣ କରି ଏକ ଅବହେଳିତ ପଛୁଆ ରାଜ୍ୟକୁ ସେ ଉନ୍ନତି ପଥରେ ଆଗେଇ ନେଇଥିଲେ। ଓଡିଶାକୁ ଆଗେଇ ନେବା ପାଇଁ ସେ ତିନୋଟି କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଉଥିଲେ। ପ୍ରଥମଟି ହେଲା ଦେଶୀୟ ରାଜ୍ୟ ମିଶ୍ରଣରେ ବୃହତ୍ତର ଓଡିଶା ଗଠନ, ଦ୍ବିତୀୟ ଥିଲା ଓଡିଶାକୁ ସମୃଦ୍ଧ କରିବା ପାଇଁ ହୀରାକୁଦରେ ନଦୀବନ୍ଧ ବାନ୍ଧି ମହାନଦୀରେ ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ ଉତ୍ପାଦନ ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠା ଏବଂ ତୃତୀୟ ଥିଲା ଭୁବନେଶ୍ବରରେ ରାଜଧାନୀ ନିର୍ମାଣ। ଡଃ ମହତାବ ଥିଲେ ଓଡିଶାର ଶେଷ ପ୍ରଧାନମନ୍ତ୍ରୀ ଓ ପ୍ରଥମ ମୁଖ୍ୟମନ୍ତ୍ରୀ। ସେ ଥିଲେ ଓଡିଶାର ଏକ ବହୁମୁଖୀ ସ୍ବୟଂ ସମ୍ପୂର୍ଣ୍ଣ ଅନୁଷ୍ଠାନ। ଓଡିଶାର ଯେଉଁ ଶୌଧ ଅଥବା ପ୍ରତିଷ୍ଠାନ ଉପରେ ଧ୍ୟାନକେନ୍ଦ୍ରୀତ କଲେ ସେଠାରେ ଡଃ ମହତାବଙ୍କ ସ୍ବାକ୍ଷର ମିଳିବ। ପୂର୍ବରୁ ତାଙ୍କ କୀର୍ତ୍ତି ସବୁକୁ ଉହ୍ୟ ରଖାଯାଇଥିଲା। ହୀରାକୁଦ ବନ୍ଧ, ରାଜଧାନୀ ପ୍ରତିଷ୍ଠା, ରାଜଭବନ ନିର୍ମାଣ, ଓଡିଶା ସାହିତ୍ୟ ଏକାଡେମୀ, ଓଡିଶା ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଲଳୀତ କଳା ଏକାଡେମୀ, ଭଞ୍ଜ କଳା ମଣ୍ଡପ, ରବୀନ୍ଦ୍ର ମଣ୍ଡପ, କଟକ ରେଡିଓ ଷ୍ଟେସନ, ହାଇକୋର୍ଟ, ନନ୍ଦନ କାନନ, ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର, ଓଡିଶା ପବ୍ଲିକ ସର୍ଭିସ କମିଶନ ହେଉଛି କେତେକ ପ୍ରମୁଖ ଅବଦାନ ଯାହା ତାଙ୍କୁ ଚୀର ସ୍ମରଣୀୟ କରି ରଖିବ।
ନୂଆ ସରକାର ଆସିବା ପରେ ଆଧୁନିକ ଓଡିଶାର ନିର୍ମାତା ତଥା ବହୁମୁଖୀ ପ୍ରତିଭାଧାରୀଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଓଡିଆ ଜାତିକୁ ପ୍ରସ୍ତୁତ କରିଛି। ବିଗତ ବହୁବର୍ଷ ଧରି ଓଡିଶା କେବଳ ଗୋଟିଏ ପରିବାରର ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରିଆସୁଥିଲା। ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ଦେଶ ଓ ଜାତି ଗଠନରେ ପ୍ରମୁଖ ଅବଦାନ ରଖିଥିବା ସମସ୍ତ ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ଦେବା ପାଇଁ ଏହି ଧାରାରେ ପରିବର୍ତ୍ତନ ଆଣିଛନ୍ତି। ଜଣଙ୍କୁ ମହାନ କରିବା ପାଇଁ ଅନ୍ୟମାନଙ୍କୁ ହତାଦାର କରିବା କେବେ ହେଲେ ଏକ ସୁସ୍ଥ ପରମ୍ପରା ନୁହେଁ। ଏହି କ୍ରମରେ ଆଧୁନିକ ଓଡିଶାର ମଙ୍ଗୁଆଳ ଡଃ ମହତାବଙ୍କ ୧୨୫ ତମ ଜୟନ୍ତୀର ଏକ ବର୍ଷ ବ୍ୟାପୀ ଜାତୀୟ ସ୍ତରର ଉତ୍ସବ ପାଳନ ଏକ ଉପଯୁକ୍ତ ପଦକ୍ଷେପ। ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆ ସରକାର ଆସିବା ପରେ ଇତିହାସ ପୃଷ୍ଠାରେ ଅଲୋଡା, ଅନାମଧେୟ ହୋଇ ରହିଥିବା ମାଧୋ ସିଂହଙ୍କୁ ଉଚିତ୍ ସମ୍ମାନ ଦେଇ ତାଙ୍କ ନାମରେ ଏକ ଛାତ୍ରବୃତ୍ତି ଯୋଜନା ଏବଂ ଅନ୍ୟତମ ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ। ଇତିହାସ ପୃଷ୍ଠାରେ ଏହି ଅନାଲୋଚିତ ଥିବା ଏହି ବରପୁତ୍ର ମାନଙ୍କର କୃତିକୁ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାର ଯଥା ସମ୍ଭବ ଉଦ୍ୟମ କରିବେ।

ସେ ଆହୁରି କହିଥିଲେ ଯେ ଡଃ ମହତାବଙ୍କ ସ୍ମୃତିକୁ ଓଡିଶାର ଜନମାନସରେ ଉଜ୍ଜିବୀତ କରି ରଖିବା ସହିତ ତାଙ୍କୁ ଜାତୀୟ ସ୍ତରରେ ଅଧିକ ପ୍ରତିଷ୍ଠିତ କରିବା ପାଇଁ ତାଙ୍କ ଜୀବନୀ ଉପରେ ବାୟୋପିକ୍ ନିର୍ମାଣ କରାଯିବ। ତାଙ୍କ ଜନ୍ମସ୍ଥଳୀ ଭଦ୍ରକ ଜିଲ୍ଲା ଅଗରପଡା ଠାରେ ଏକ ସ୍ମୃତି ସଂଗ୍ରାହଳୟ ପ୍ରତିଷ୍ଠା ସହିତ ପ୍ରତିମୂର୍ତ୍ତୀ ସ୍ଥପନା କରାଯିବ। ୨୦୩୬ରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ଅନୁଷ୍ଠିତ ହେବ। ୨୦୩୬ ବେଳକୁ ଆମେ ଏକ ବିକଶିତ ଓ ସମୃଦ୍ଧ ଓଡିଶା ଗଠନର ଲକ୍ଷ୍ୟ ରଖିଛୁ। ୧୨ ବର୍ଷର ଏହି କାଳ ଖଣ୍ଡରେ ଡଃ ମହତାବଙ୍କ ନୀତି ଓ ଆଦର୍ଶକୁ ଆଧାର କରି ନୂଆ ସରକାର ନିଶ୍ଚିତ ରୂପେ ସମୃଦ୍ଧ ଓ ବିକଶିତ ଓଡିଶା ଗଠନ କରିବେ ବୋଲି ସେ କହିଥିଲେ।

ଅନ୍ୟତମ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଡଃ ମହତାବଙ୍କ ଏହି ଜନ୍ମ ବାର୍ଷିକୀକୁ ବର୍ଷେ ବ୍ୟାପୀ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଥମେ ମୁଖ୍ୟମନ୍ତ୍ରୀ ଓ କମିଟିର ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଯେ ମହତାବଙ୍କ ବିଷୟରେ ଜାଣିବାକୁ ହେଲେ ଯୁବପିଢିଙ୍କୁ ତାଙ୍କ ବିଷୟରେ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି। ଓଡିଶାର ବରପୁତ୍ରମାନଙ୍କୁ ମନେ ରଖିବା ଓ ମନେ ପକାଇବା ଦାୟିତ୍ବ ଆମ ସମସ୍ତଙ୍କର। ଭାରତ ବର୍ଷରେ ଓଡିଶାରେ ଡଃ ମହତାବ ହିଁ ପ୍ରଥମେ ଗଡଜାତ ମିଶ୍ରଣ କରିଥିଲେ ବୋଲି ସେ କହିଥିଲେ।

ଓଡିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଡଃ ମହତାବ ଜଣେ ବିସ୍ମୟ ପୁରୁଷ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଓ ଦିଗଦର୍ଶନରେ ତାଙ୍କର ଏହି ସ୍ମରଣତ୍ସୋବ କେବଳ ରାଜ୍ୟ ସ୍ତରୀୟ ଉତ୍ସବରେ ନୁହେଁ ଜାତୀୟ ସ୍ତରୀୟ ଉତ୍ସବରେ ପରିଣତ ହୋଇଛି।

ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡଃ ବିଜୟ ଶତପଥୀ କହିଥିଲେ ଯେ ଡଃ ମହତାବଙ୍କ ଜୀବନ ଯେତିକି ରୋଚକ ପୂର୍ଣ୍ଣ ସେତିକି ଚାଞ୍ଚଲ୍ୟକର। ସେ ହେଉଛନ୍ତି ଇତିହାସର ଆହ୍ବାନ ଓ ସ୍ବାଧୀନତା ସଂଗ୍ରାମ ପାଇଁ ବରଦାନ। ତାଙ୍କ ସମ୍ପୂର୍ଣ୍ଣ ଜୀବନ ସଂକଳ୍ପ, ସଂଗ୍ରାମ ଓ ସାଧନା ଭାବେ ତିନୋଟି ପର୍ଯ୍ୟାୟରେ ବିଭକ୍ତ ବୋଲି କହି ଡଃ ମହତାବଙ୍କ କୃତୀ ଓ କୀର୍ତ୍ତି ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ କଟକ ସାଂସଦ ତଥା ଡଃ ହରେକୃଷ୍ଣ ମହତାବଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ମହତାବ ସାହିତ୍ୟ କୃତୀ ପାଇଁ ସାହିତ୍ୟିକ ଶଙ୍କର ଲାଲ ପୁରହିତ, ନିଶାମଣି କର ଓ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ୭ଟି ପୁସ୍ତକ ଯଥା କଫିଟେବୁଲ ବୁକ ମ୍ୟାନ ଅଫ ଡେଷ୍ଟିନି, ମହାନାୟକ ମହତାବ, ଓଡିଆ ସାହିତ୍ୟ ଏକାଡେମୀ ଦ୍ବାରା ହରେକୃଷ୍ଣ ମହତାବ, ଶିଶୁଲେଖା, ମହତଂ ମହତାବ, ରାଜ୍ୟ ସଂଗ୍ରହାଳୟ ଦ୍ବାରା ମହତାବ ଓ ଅନନ୍ୟ କୃତୀ ଏବଂ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ବାରା ଗାଁ ମଜଲିସ୍‌ର ଏକାଦଶ ଖଣ୍ଡ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ମହତାବଙ୍କ ଉପରେ ଆୟୋଜିତ ଫଟୋଚିତ୍ର ଏବଂ ତୈଳଚିତ୍ର ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ବୁଲିଦେଖିଥିଲେ।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ।

Powered by Froala Editor

Tags Chief Minister Mohan Charan Majhi

Related articles Odisha News Lens 4.1

  • ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ
    ଦେଶ-ଦେଶାନ୍ତର

    ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ମୃତ୍ୟୁ

    14256
    Aug 17, 2026
  • ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ମୃତ୍ୟୁ

    14425
    Aug 16, 2026
  • କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ହତ୍ୟା
    ଅପରାଧ

    କଂଗ୍ରେସ ନେତା ଅନିସୁର ଓ ତାଙ୍କ ପୁଅଙ୍କୁ ହତ୍ୟା

    14765
    Aug 16, 2026
  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA
    ଦେଶ-ଦେଶାନ୍ତର

    UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA

    15011
    Aug 17, 2026
  • ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ

    15050
    Aug 16, 2026
  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ
    ଦେଶ-ଦେଶାନ୍ତର

    ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ

    14304
    Aug 17, 2026
  • ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ
    ଦେଶ-ଦେଶାନ୍ତର

    ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

    15005
    Aug 16, 2026
  • ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି
    ମନୋରଞ୍ଜନ

    ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

    15052
    Aug 16, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ
    ବିଶେଷ

    ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13601
    Aug 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟିଏମସି ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ମୃତ୍ୟୁ

    14425
    Aug 16, 2026
  • ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ

    15050
    Aug 16, 2026
  • ଦେଶ-ଦେଶାନ୍ତର

    ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ

    14304
    Aug 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17033
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17653
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17701
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18100
    Sep 06, 2023

ବିଶେଷ

  • ଏହା କଲେ ହେବ ନାହିଁ ଗ୍ୟାସ୍

    15507
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13601
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14830
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14604
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14441
    Aug 07, 2026

ବାଣିଜ୍ୟ

ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍‌’ ପ୍ରୟାସ ପରେ ଏହି ବ୍ରାଣ୍ଡ୍‌ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍‌ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ...

  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14243
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14371
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15268
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14641
    Aug 07, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ

    15050
    Aug 16, 2026
  • ଶାହରୁଖ, ଅଜୟ ଓ ଟାଇଗରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

    15052
    Aug 16, 2026
  • UGC-NET ପ୍ରଶ୍ନପତ୍ରରେ ତ୍ରୁଟି, ଏହି ବିଷୟରେ ପୁନଃ ପରୀକ୍ଷା କରିବା NTA

    15011
    Aug 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In