ଇଲକ୍ଟ୍ରୋନିକ ଦୋକାନରେ ଅଗ୍ନିକାଣ୍ଡ
କଟକ: କଟକରେ ଗୁରୁବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବକ୍ସି ବଜାର ମଣିସାହୁ ଛକ ନିକଟସ୍ଥ ଏକ ଇଲକ୍ଟ୍ରୋନିକ ମରାମତି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ, ୱାସିଂମେସିନ, କୁଲର ସଜଡା ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଅନେକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଟିମ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏଯାବତ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ବୋଲି ଅଗ୍ନିଶମ ଅଧିକାରୀ ସଂଜୀବ ବେହେରା କହିଛନ୍ତି।
Powered by Froala Editor