ପୁଲିସ ଉପରକୁ ବୋମା ଫିଙ୍ଗିଲେ ଗୋରୁ ମାଫିଆ
ବାଙ୍କୀ: ଗୋଚାଲାଣକାରୀଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। କଟକ ଜିଲା ବୈଦେଶ୍ଵର ଥାନା ଅଞ୍ଚଳରେ ଗୋଚାଲାଣ ବେଳେ ଗୋରୁ ମାଫିଆମାନେ ପୁଲିସ ଉପରକୁ ବୋମା ଫିଙ୍ଗିଛନ୍ତି। ଏଥିରେ କୌଣସି ପୁଲିସ ଆହତ ହୋଇ ନ ଥିବାବେଳେ ୨ ଗୋଚାଲାଣକାରୀଙ୍କୁ ଅଟକ ରଖାଯାଇଛି। ସେମାନଙ୍କଠାରୁ ୨୬ ଗୋରୁଙ୍କୁ ଉଦ୍ଧାର କରାଯାଇଛି।
ବୈଦେଶ୍ଵର ଥାନା ଅନ୍ତର୍ଗତ ଟି-ବ୍ରିଜ ଅଞ୍ଚଳ ଦେଇ ଗୋଚାଲାଣ ହେଉଥିବା ଖବର ମିଳିବା ପରେ ପୁଲିସ ସଦରବଳ ସେଠାରେ ଚଢ଼ାଉ କରିଥିଲା। ଏହି ସମୟରେ ଗୋରୁ ମାଫିଆଙ୍କ ସହିତ ପୁଲିସ ମୁହାଁମୁହିଁ ହୋଇଥିଲା। ଗୋରୁ ମାଫିଆ ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ ସେମାନଙ୍କୁ ପିଛା କରି ଗୋଡ଼ାଇ ଗୋଡ଼ାଇ ଧରିଥିଲା। ପୁଲିସକୁ ଏଥିପାଇଁ ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଥିଲା। ପୁଲିସ ୨ ଗୋଚାଲାଣକାରୀଙ୍କୁ ଅଟକ ରଖିବା ସହିତ ୨୬ ଗୋରୁଙ୍କୁ ଉଦ୍ଧାର କରିଛି।
Powered by Froala Editor