ବଣୁଆ ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ସମ୍ବଲପୁର: ହାତୀ ଆତଙ୍କ ଥମୁ ନଥିବା ବେଳେ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇରେ କେତେବେଳେ ମଣିଷ ଜୀବନ ଯାଉଛି ତ କେତେବେଳେ ହାତୀର ମୃତ୍ୟୁ ଘଟୁଛି। ସମ୍ବଲପୁର ଜିଲା ହାତୀବାରୀ ଟେଙ୍କପଡା ଠାରେ ଚାଷ ଜମିରେ ହୋଇଥିବା ଧାନ ଫସଲକୁ ହାତୀ ଉପଦ୍ରବରୁ ରକ୍ଷା କରିବା ପାଇଁ ବଣୁଆ ହାତୀ ଦଳକୁ ଘଉଡାଇବା ପାଇଁ ରାତ୍ରିରେ ଗ୍ରାମବାସୀମାନେ ଯାଇଥିଲେ। ବଣୁଆ ହାତୀ ଗଣେଷ ଭୋଇ (୫୦)ଙ୍କୁ ଆକ୍ରମଣ କରି ଦଳି ମାରି ଦେଇଥିବା ଜଣାପଡିଥିଲା। ହାତୀ ଘଉଡାଇବା ପାଇଁ ଯାଇଥିବା ଗଣେଷଙ୍କ କୌଣସି ପତ୍ତା ମିଳି ନ ଥିବା ବେଳେ ସକାଳୁ ତାଙ୍କର ମୃତଦେହ ଗ୍ରାମର ନିକଟରେ ଥିବା ଏକ ଚାଷ ଜମିରେ ମିଳିଥିଲା। ଏହି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ବନ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିବା ପରେ ତୀବ୍ର ବିରୋଧ କରିବା ସହିତ ଅନେକ ସମୟ ଧରି ଘେରାଉ କରି ରଖିଥିଲେ। ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ହେଉଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି ।
Powered by Froala Editor