କାଟେଗୋରୀ ‘ବି’ ଜିଲ୍ଲାରେ ବସ ଚଳାଚଳ ପାଇଁ ନାହିଁ ଅନୁମତି
ଭୁବନେଶ୍ୱର:ଆସନ୍ତାକାଲି ଅର୍ଥାତ ଗୁରୁବାର ରାଜ୍ୟରେ ଲାଗୁଥିବା ଆଂଶିକ ଲକଡାଉନ ସରୁଛି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସ ଯେଉଁଠି ଗାଇଡୁରେଶ ଚନ୍ଦ୍ର ମହାପାତ୍ର । ଆଂଶିକ ଲକଡାଉନ ସରୁଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ଜୁଲାଇ ମାସର ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । କୋଭିଡ ପରିଚାଳନା ନେଇ ସେ ସବିଶେଷ ତଥ୍ୟ ଦେଇଛନ୍ତି । ଏହି ଅବସରରେ ସେ ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି । ଏଥିସହ ସଂକ୍ରମଣ କମିଥିବା କାଟୋଗରୀ ‘ଏ’କୁ ଆଉ ୩ଜିଲ୍ଲା ଉନ୍ନୀତ ହୋଇଛି । ସେଗୁଡ଼ିକ ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର । ୩ଟି ଜିଲ୍ଲାରେ ପଜିଟିଭିଟି ରେଟ ୫ ପ୍ରତିଶତ କମିଥିବାରୁ କାଟୋଗରୀ ‘ଏ’କୁ ଯାଇଛନ୍ତି । ଫଳରେ ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କାଟୋଗରୀ ‘ଏ’ରେ ସାମିଲ ହୋଇଛନ୍ତି । ବାକି ୧୦ ଜିଲ୍ଲା କାଟେଗୋରୀ ‘ବି’ରେ ସାମିଲ ହୋଇଛନ୍ତି । କାଟେଗୋରୀ ‘ବି’ରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ । ସମ୍ପୃକ୍ତ ୧୦ଜିଲ୍ଲାରେ ମଲ, ପାର୍ଲର ଓ ସ୍ପା ଛାଡ଼ି ସବୁ ଦୋକାନ ଖୋଲିବ । ସବୁ ଦୋକାନ ସକାଳ ୬ରୁ ଦିନ ୨ଟା ଯାଏ ଖୋଲିବାକୁ ଅନୁମତି ଦିଆଯାଇଛି । କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ । ଯେଉଁଟି ଗାଇଡଲାଇନ ଉଲ୍ଲଂଘନ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲବାକୁ ଅନୁମତି ଦିଆଯାଇଛି । ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ଅନୁମତି ଦିଆଯାଇଛି । ଉଠାଦୋକାନୀ ଦୋକାନ ଖୋଲିପାରିବେ । ଜିନିଷ ପାର୍ସଲ ଦେବେ । କାଟେଗୋରୀ ‘ବି’ରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ । ତେବେ କାଟେଗୋରୀ ‘ବି’ରେ ଥିବା ଜିଲ୍ଲାରେ ବସ ଚଳାଚଳ ପାଇଁ ଏବେ ଅନୁମତି ନାହିଁ ।
Powered by Froala Editor