ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ରାଜ୍ୟରେ ଲାଗୁଥିବା ଆଂଶିକ ଲକଡାଉନ ସରୁଛି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଆଂଶିକ ଲକଡାଉନ ସରୁଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ଜୁଲାଇ ମାସର ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । କୋଭିଡ ପରିଚାଳନା ନେଇ ସେ ସବିଶେଷ ତଥ୍ୟ ଦେଇଛନ୍ତି । ଏହି ଅବସରରେ ସେ ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି। ହେଲେ ଆଗାମୀ ଦିନରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଏଥିସହ ସଂକ୍ରମଣ କମିଥିବା କାଟୋଗରୀ ‘ଏ’କୁ ଆଉ ୩ଜିଲ୍ଲା ଉନ୍ନୀତ ହୋଇଛି । ସେଗୁଡ଼ିକ ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର । ୩ଟି ଜିଲ୍ଲାରେ ପଜିଟିଭିଟି ରେଟ ୫ ପ୍ରତିଶତ କମିଥିବାରୁ କାଟୋଗରୀ ‘ଏ’କୁ ଯାଇଛନ୍ତି । ଫଳରେ ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କାଟୋଗରୀ ‘ଏ’ରେ ସାମିଲ ହୋଇଛନ୍ତି । ବାକି ୧୦ ଜିଲ୍ଲା କାଟେଗୋରୀ ‘ବି’ରେ ସାମିଲ ହୋଇଛନ୍ତି । କାଟୋଗରୀ ‘ଏ’ରେ ସାମିଲ ହୋଇଥିବା ୨୦ଟି ଜିଲ୍ଲାରେ ଦୋକାନ ବଜାର ଖୋଲିବ । ୨୦ଟି ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲିବ । ସପିଙ୍ଗ ମଲ, ପାର୍ଲର ଆଦି ଛଡ଼ା ଆଉ ସବୁ ଦୋକାନ ଖୋଲିବ । ୨୦ଟି ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ ଓ ଟ୍ୟାକ୍ସି ଚଳାଚଳ କରିବ । ୨୦ଟି ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ । ୨୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁଁ । ସପ୍ତାହରର ସାତ ଦିନ ପର୍ଯ୍ୟନ୍ତ ୨୦ଟି ଜିଲ୍ଲାରେ ୬ରୁ ୬ ଦୋକାନ ଖୋଲିବ । କାଟେଗୋରୀ ‘ବି’ରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ । ସମ୍ପୃକ୍ତ ୧୦ଜିଲ୍ଲାରେ ମଲ, ପାର୍ଲର ଓ ସ୍ପା ଛାଡ଼ି ସବୁ ଦୋକାନ ଖୋଲିବ । ସବୁ ଦୋକାନ ସକାଳ ୬ରୁ ଦିନ ୨ଟା ଯାଏ ଖୋଲିବାକୁ ଅନୁମତି ଦିଆଯାଇଛି । କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ । ଯେଉଁଟି ଗାଇଡଲାଇନ ଉଲ୍ଲଂଘନ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲବାକୁ ଅନୁମତି ଦିଆଯାଇଛି । ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ଅନୁମତି ଦିଆଯାଇଛି । ଉଠାଦୋକାନୀ ଦୋକାନ ଖୋଲିପାରିବେ । ଜିନିଷ ପାର୍ସଲ ଦେବେ । କାଟେଗୋରୀ ‘ବି’ରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ । ତେବେ କାଟେଗୋରୀ ‘ବି’ରେ ଥିବା ଜିଲ୍ଲାରେ ବସ ଚଳାଚଳ ପାଇଁ ଏବେ ଅନୁମତି ନାହିଁ । ପ୍ରକାଶ ଯେ, ପୂର୍ବରୁ ଅଧିକ ସଂକ୍ରମଣ ପ୍ରବଣ ଜିଲ୍ଲାଗୁଡ଼ିକରେ ଦିନ ୧ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲୁଥିଲା । ସେହିଭଳି କମ ସଂକ୍ରମଣ ଥିବା ଜିଲ୍ଲାଗୁଡ଼ିକରେ ଅପରାହ୍ନ ୫ଟା ଯାଏଁ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ମିଳିଥିଲା ।
Powered by Froala Editor