ଲାଞ୍ଚ ନେବା ବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ
କନ୍ଧମାଳ: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟୋଲେରାନ୍ସ ନୀତି ଆପଣାଇଛନ୍ତି । ଏପରିକି ଦୁର୍ନୀତି କଲେ ସିଧା ଜେଲ ପଠାଯିବାକୁ ବି ରାଜ୍ୟ ସରକାର ପରୋକ୍ଷରେ ଚେତାବନୀ ଦେଉଛନ୍ତି । ଏହା ସତ୍ତ୍ୱେ ବି ସରକାରୀ କର୍ମଚାରୀଙ୍କ ଲାଞ୍ଚଖୋର ମନୋବୃତ୍ତି କମୁନାହିଁ । ଏହାରି ଭିତରେ ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଧରାପଡିଛନ୍ତି। ବିଲ୍ କରାଇ ଦେବାକୁ କହି ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଛି।
Powered by Froala Editor