ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ

ରାଉରକେଲା : ଟ୍ରାଫିକ ଗେଟ୍ ମାର୍କେଟରେ ସୋମବାର ଜଣେ ଯୁବକଙ୍କ ଉପରେ ଗୁଳିମାଡ ହୋଇଛି । ଯୁବକଙ୍କ ସହ ୨ ରୁ ୩ ଦୁର୍ବୃତ୍ତଙ୍କ ବଚସା ପରେ ଗୁଳିମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୁଳିମାଡରେ ଯୁବକ ଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ଆରଜିଏଚ୍ରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ହେଉଛନ୍ତି ୪୦ ବର୍ଷୀୟ ଅଭେସ ରାୟ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor