Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସରକାରଙ୍କୁ କ୍ଷମା ମାଗିଲା ମେଟା, ଜାଣନ୍ତୁ ...

  • PUC ନିୟମରେ ବଡ଼ ପରିବର୍ତ୍ତନ ହେବ, ବୈଧତା ୩ ...

  • CJP ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ...

  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ...

  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ...

  • ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ...

  • ହସ୍ପିଟାଲରୁ ସୋନମ ୱାଙ୍ଗଚୁକ ହେଲେ ...

  • ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ...

  • ଫିକା ପଡିବ ସୁନାର ଚମକ

  • ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ

ରାଜ୍ୟ
Home ›› ରାଜ୍ୟ ››ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ, ବର୍ଷବ୍ୟାପୀ ପାଳନ କରାଯିବ

ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ, ବର୍ଷବ୍ୟାପୀ ପାଳନ କରାଯିବ

2024-11-03 15:50:12
14038
Share:
Facebook
Twitter
E-Mail
WhatsApp
Telegram
ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ, ବର୍ଷବ୍ୟାପୀ ପାଳନ କରାଯିବ

ଭୁବନେଶ୍ୱର : ବଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବ। ଡକ୍ଟର ମହତାବଙ୍କ ଜୟନ୍ତୀ ଅବସରରେ  ନଭେମ୍ବର ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଭୁବନେଶ୍ବରରେ ସମାରୋହ ଅନୁଷ୍ଠିତ ହେବା ସହିତ ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ ମହତାବଙ୍କ ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। 


ଡଃ ମହତାବ ଜଣେ ଜାତୀୟତା ବାଦୀ ନେତା ଥିଲେ। ତେଣୁ, ତାଙ୍କର ଏକ ବର୍ଷ ବ୍ୟାପୀ ଜୟନ୍ତୀ ଉତ୍ସବକୁ ଓଡିଆ ଜାତୀୟତା ବାଦର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏହା ସହିତ ଡଃ ମହତାବଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରାଯାଇ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟ ଗୁଡିକରେ ପ୍ରଦର୍ଶିତ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି।



ଆଜି ରାଜ୍ୟ ଅତିଥି ଭବନରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଡକ୍ଟର ମହତାବଙ୍କ ଜୟନ୍ତୀ ପାଳନ ପାଇଁ ଗଠିତ  ଶୀର୍ଷ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ନଭେମ୍ବର ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୮୭ ଜାନୁଆରୀ ୨ ତାରିଖରେ ତାଙ୍କର ପରଲୋକ ଘଟିଥିଲା।


ବୈଠକର ଆଲୋଚନାରୁ ଜଣାଯାଇଛି ଯେ ଡଃ ମହତାବଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲାର ଅଗରପଡ଼ା ଠାରେ ଏକ ସ୍ମୃତି ସଂଗ୍ରହାଳୟ ପ୍ରତିଷ୍ଠା, ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରାଯିବ। ଭୁବନେଶ୍ୱରରେ ନଭେମ୍ବର ୨୩, ୨୪ ଏବଂ ୨୫ ତାରିଖରେ ଡକ୍ଟର ମହତାବଙ୍କର କୃତି ସମ୍ପର୍କିତ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।


ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଲେ ଯେ  ଡଃ ମହତାବ ଜଣେ ଜାତୀୟତା ବାଦୀ ନେତା ଥିଲେ। ତେଣୁ ଦଳମତ ନିର୍ବିଶେଷରେ ତାଙ୍କର ଜୟନ୍ତୀକୁ ଅତ୍ୟନ୍ତ ସୁନ୍ଦର ଓ ପ୍ରଭାବଶାଳୀ ଭାବରେ ଏକ ବର୍ଷ ବ୍ୟାପୀ ପାଳନ କରାଯିବ। ସେ କହିଲେ ଯେ ୨୦୩୬ରେ ସ୍ବତନ୍ତ୍ର ଓଡିଶା ୧୦୦ ବର୍ଷ ପୂରଣ କରିବ। ତେଣୁ, ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ସର୍ବଶ୍ରେଷ୍ଠ ଅବଦାନ ରଖିଥିବା ବରପୁତ୍ର ମାନଙ୍କ ମଧ୍ୟରେ ଡଃ ମହତାବଙ୍କ ନାମ ମଧ୍ୟ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଶୀର୍ଷ କମିଟିର ଆଉ ଅନେକ ଉପ କମିଟିର ବୈଠକ ବସି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସମ୍ପର୍କରେ ନିଷ୍ପତ୍ତି ନେବେ। ଡଃ ମହତାବଙ୍କ ଉପରେ ଯେଉଁମାନେ ଗବେଷଣା କରୁଛନ୍ତି ସେମାନଙ୍କୁ ଅଧିକ ସୁଯୋଗ ଦିଆଯାଇ ତାଙ୍କ ଜୀବନର ଅନେକ ଅନାଲୋଚିତ ତଥ୍ୟ ଜନ ମାନସକୁ ଅଣାଯିବ। ଡଃ ମହତାବଙ୍କ ଅନେକ ପୁସ୍ତକକୁ ହିନ୍ଦୀ, ଇଂରାଜୀ ସହିତ ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷାରେ ମଧ୍ୟ ପୁନଃ ପ୍ରକାଶିତ କରାଯିବ। ଏହା ସହିତ ଡଃ ମହତାବଙ୍କ ଅବଦାନ ସମ୍ପର୍କରେ ବହୁ ସଂସ୍କରଣ (Multiple Volumes) ବିଶିଷ୍ଟ ପୁସ୍ତକ ମଧ୍ୟ ପ୍ରକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।


କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ଡଃ ମହତାବ ଓଡିଆ ଲୋକମାନଙ୍କର ସାମୁହିକ ଅଭିବ୍ୟକ୍ତି ଥିଲେ। ଯେହେତୁ ୨୦୩୬ରେ ଓଡିଶା ୧୦୦ ବର୍ଷ ପୂରଣ କରିବାକୁ ଯାଉଛି, ତେଣୁ  ଆଗାମୀ ଦଶ ବର୍ଷ ପାଇଁ ‘ଓଡିଆ ଜାତୀୟତାବାଦ’ର ପ୍ରସାର କରିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଡଃ ମହତାବଙ୍କ ପରି ଜଣେ ଜାତୀୟତାବାଦୀ ନେତାଙ୍କ ଜୀବନୀକୁ ଆଧାର କରି ଓଡିଆ ଜାତୀୟତାବାଦର ତତ୍ବ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବାର ଆବଶ୍ୟକତା ରହିଛି। ଏହା ଦ୍ବାରା ଓଡିଆ ଜାତୀୟତାବାଦ ପୁନଃ ପ୍ରତିଷ୍ଠା ହୋଇପାରିବ ବୋଲି ସେ କହିଥିଲେ। ଉତ୍କଳ ବିଶ୍ବ ବିଦ୍ୟାଳୟରେ ‘ମହତାବ ସେଣ୍ଟର’ ପ୍ରତିଷ୍ଠା କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। 


କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ କହିଥିଲେ ଯେ ଡଃ ମହତାବଙ୍କ ଜୀବନର  ଚାରିଟି ସ୍ବତନ୍ତ୍ର ଦିଗ ରହିଛି। ତାହା ହେଲା ସଂଗ୍ରାମୀ, ପ୍ରଶାସକ, ସମାଜ ସଂସ୍କାରକ ଏବଂ ଓଡିଆ ଏକତା ଭାବ ସୃଷ୍ଟି କରିବା ପାଇଁ ତାଙ୍କର ଉଦ୍ୟମ। ହଦଗଡ ଓ ଭୁବନେଶ୍ବରରେ ତାଙ୍କର ସ୍ମରକୀ ପ୍ରତିଷ୍ଠା କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଡଃ ମହତାବଙ୍କ ରଚିତ ବିଭିନ୍ନ ନାଟକ ଗୁଡିକୁ ବର୍ଷ ସାରା ସାମିଲ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।  


ଏହା ସହିତ ତାଙ୍କର କୃତି ଓ କୀର୍ତ୍ତି ସମ୍ବନ୍ଧୀୟ ବିଭିନ୍ନ ପୁସ୍ତକ ପ୍ରକାଶନ ଏବଂ ପ୍ରାମାଣିକ ଚିତ୍ର ନିର୍ମାଣ, ରାଜ୍ୟ ସଂଗ୍ରହାଳୟରେ ସ୍ଵତନ୍ତ୍ର ଗ୍ୟାଲେରୀ ପ୍ରତିଷ୍ଠା, ଜୟନ୍ତୀ ଉପଲକ୍ଷେ ଡକ୍ଟର ମହତାବଙ୍କ ରଚିତ ପୁସ୍ତକ, ଫଟୋ ଓ ତୈଳଚିତ୍ର ପ୍ରଦର୍ଶନ, ବିଭିନ୍ନ ବିଶ୍ବବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା, ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଦ୍ୟାଳୟ ସ୍ତରରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତା, ଶିଶୁଲେଖାର ସ୍ଵତନ୍ତ୍ର ବିଶେଷାଙ୍କ ପ୍ରକାଶନ, ଦିଲ୍ଲୀ , କଲିକତା ଓ ମୁମ୍ବାଇ ଠାରେ ଡକ୍ଟର ମହତାବଙ୍କ କୃତିକୁ ନେଇ ଆଲୋଚନା ଚକ୍ରର ଆୟୋଜନ, ଡକ୍ଟର ମହତାବଙ୍କ ସାହିତ୍ୟ କୃତିଗୁଡ଼ିକର ପୁନଃ ପ୍ରକାଶନ ନିମନ୍ତେ ପଦକ୍ଷେପ ଓ ଆହୁରି ଅନେକ ପଦକ୍ଷପ ସମ୍ପର୍କରେ ଆଲୋଚନା କରାଯାଇଥିଲା।


ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, କ୍ରୀଡା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ଜାତୀୟ କଂଗ୍ରେସ ଦଳର ପ୍ରତିନିଧୀ ଶ୍ରୀ ଶିବାନନ୍ଦ ରାୟ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ  ନିକୁଞ୍ଜ ବିହାରୀ ଧଳ, ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ଭାରତ ସରକାରଙ୍କ ପକ୍ଷରୁ ପ୍ରଫସର କିଶୋର କୁମାର ବାସା, ହରେକୃଷ୍ଣ ମହତାବ ସଂସାଧନ କେନ୍ଦ୍ରର ସମ୍ପାଦକ ପ୍ରଫେସର ଉପେନ୍ଦ୍ର ପାଢୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜୟନ୍ତୀ ସମାରୋହ ପାଳନକୁ ସ୍ମରଣୀୟ କରିବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ। ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଶୀର୍ଷ କମିଟି ପକ୍ଷରୁ ନିଆଯାଇଥିବା ବିଭିନ୍ନ କମିଟି ସମ୍ପର୍କରେ ଉପସ୍ଥାପନା ରଖିଥିଲେ।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....
    ବିଶେଷ

    ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15396
    Jul 27, 2026
  • CJP ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ : 'ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସାମ୍ବିଧାନିକ ...
    ଦେଶ-ଦେଶାନ୍ତର

    CJP ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ : 'ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସାମ୍ବିଧାନିକ ...

    13699
    Jul 28, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ...
    ବାଣିଜ୍ୟ

    କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ...

    14523
    Jul 28, 2026
  • ସରକାରଙ୍କୁ କ୍ଷମା ମାଗିଲା ମେଟା, ଜାଣନ୍ତୁ କାହିଁକି ?
    ଦେଶ-ଦେଶାନ୍ତର

    ସରକାରଙ୍କୁ କ୍ଷମା ମାଗିଲା ମେଟା, ଜାଣନ୍ତୁ କାହିଁକି ?

    14487
    Jul 28, 2026
  • ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ
    ଦେଶ-ଦେଶାନ୍ତର

    ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ

    15253
    Jul 27, 2026
  • ଫିକା ପଡିବ ସୁନାର ଚମକ
    ବାଣିଜ୍ୟ

    ଫିକା ପଡିବ ସୁନାର ଚମକ

    13840
    Jul 27, 2026
  • PUC ନିୟମରେ ବଡ଼ ପରିବର୍ତ୍ତନ ହେବ, ବୈଧତା ୩ ବର୍ଷ ପର୍ଯ୍ୟନ୍ତ କରାଯାଇପାରେ
    ଦେଶ-ଦେଶାନ୍ତର

    PUC ନିୟମରେ ବଡ଼ ପରିବର୍ତ୍ତନ ହେବ, ବୈଧତା ୩ ବର୍ଷ ପର୍ଯ୍ୟନ୍ତ କରାଯାଇପାରେ

    14091
    Jul 28, 2026
  • ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ନିଲମ୍ବିତ ହେଲେ କନଷ୍ଟେବଲ
    ଦେଶ-ଦେଶାନ୍ତର

    ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ନିଲମ୍ବିତ ହେଲେ କନଷ୍ଟେବଲ

    13656
    Jul 27, 2026
  • ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା  ‘ଦ ଓଡିସି’
    ମନୋରଞ୍ଜନ

    ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ଓଡିସି’

    13738
    Jul 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଫିକା ପଡିବ ସୁନାର ଚମକ

    13840
    Jul 27, 2026
  • ବିଶେଷ

    ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15396
    Jul 27, 2026
  • ଦେଶ-ଦେଶାନ୍ତର

    ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ

    15253
    Jul 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17004
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17609
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17660
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18061
    Sep 06, 2023

ବିଶେଷ

  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15396
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15756
    Jul 25, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    15407
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    16066
    Jul 21, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14318
    Jul 18, 2026

ବାଣିଜ୍ୟ

କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

ଭୁବନେଶ୍ୱର: ଅଧିକାଂଶ ଲୋକଙ୍କର ବିଶ୍ୱାସ ଯେ ସେମାନେ ପ୍ରତ୍ୟେକ ଦିନ କେବଳ କିଛି ପରିମାଣର ଜଳ ବ୍ୟବହାର କରନ୍ତି । କିନ୍ତୁ ବାସ୍ତବତା ହେଉଛି ଯେ ସକାଳେ ପ୍ରଥମ ଗ୍ଲାସ ପିଇବା ଏବଂ ଖାଦ୍ୟ ପ୍ରସ୍ତୁତି ଠାରୁ ଆରମ୍ଭ କରି ...

  • ଫିକା ପଡିବ ସୁନାର ଚମକ

    13840
    Jul 27, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

    15757
    Jul 23, 2026
  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15929
    Jul 22, 2026
  • ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି

    15300
    Jul 21, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • CJP ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ : 'ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସାମ୍ବିଧାନିକ ଅଧିକାର'

    13699
    Jul 28, 2026
  • ହସ୍ପିଟାଲରୁ ସୋନମ ୱାଙ୍ଗଚୁକ ହେଲେ ଡିସଚାର୍ଜ

    13924
    Jul 27, 2026
  • ବିକ୍ଷୋଭକାରୀ ଛାତ୍ରଙ୍କ ଉପରକୁ ଗୁଳି କଲେ, ନିଲମ୍ବିତ ହେଲେ କନଷ୍ଟେବଲ

    13656
    Jul 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In