ମେୟରଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍, ଥାନାରେ ଏତଲା
ବ୍ରହ୍ମପୁର :ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳାଇଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ଦେଇଛନ୍ତି ମେୟର। ଗତ ୨୯ ତାରିଖ ଅପରାହ୍ମରେ ମେୟର ବ୍ରହ୍ମପୁର ମହାନଗର ନିଗମ କାର୍ୟ୍ୟାଳୟରେ ଥିଲେ। ଏହି ସମୟରେ କିଛି କପୋର୍ଟର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ଏକ ଅଜଣା ନମ୍ବରରୁ ମେୟରଙ୍କ ମୋବାଇଲକୁ କଲ୍ ଆସିଥିଲା। ମେୟର କଲ୍ ରିସିଭ କରିବା ପରେ ଅପରପକ୍ଷରୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଧମକ ଦେଇଥିଲେ ଜଣେ ବ୍ୟକ୍ତି। ଏନେଇ ଥାନାରେ ଅଭିଯୋଗ କରିଥିଲେ ମେୟର। ମେୟରଙ୍କ ଅଭିଯୋଗ ପରେ କଲ୍ ରେକର୍ଡ ଯାଞ୍ଚ କରିଥିଲା ପୁଲିସ। କଲ୍ ରେକର୍ଡ ଯାଞ୍ଚ ପରେ ଉକ୍ତ କଲଟି ବିଏମସିର ପୂର୍ବତନ ନିର୍ବାହୀଯନ୍ତ୍ରୀ ଲଳିତ ମୋହନ ଦାସ ବୋଲି ଜଣାପଡିଥିଲା।ମେୟର ଅଭିଯୋଗ ଆଧାରରେ ପୁଲିସ ଲଳିତ ମୋହନଙ୍କ ବିରୋଧରେ ମାମଲା ରୁଜୁ କରିଛି।
Powered by Froala Editor