ପଳାଶୁଣି ଛକରେ ସିରିଜ ଦୁର୍ଘଟଣା
ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ଘଟିଛି | ପଛକୁ ପଛ ପିଟିହେଲା ଟ୍ରକ, ବସ୍ ଏବଂ ଅଟୋ। ଏଠାରେ ଘରୋଇ ବସକୁ ଟ୍ରକ୍ ଧକ୍କା ଦେବା ପରେ ବସ୍ ଏକ ଅଟୋ ଓ ଏନଏଚଏଆଇର ପିକଅପ୍ ଭ୍ୟାନକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ୩ ଯାତ୍ରୀ ଆହତ ହୋଇଥିଲେ। ଏହାଛଡ଼ା ଏଥିରେ ଜଣେ ବୃଦ୍ଧ ଗୁରୁତର ହୋଇଥିଲେ। ଏହି ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ବୃଦ୍ଧଙ୍କୁ କ୍ୟାପିଟାଲ ହସ୍ପିଟାରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇଜଣଙ୍କୁ ମଧ୍ୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ଏହି ସିରିଜ ଦୁର୍ଘଟଣା ପାଇଁ ଘଟଣାସ୍ଥଳରେ ଟ୍ରାଫିକ ଜାମ୍ ରହିଛି। ଅନେକ ଯାତ୍ରୀଙ୍କ ଯାତାୟତରେ ବାଧା ଉପୁଜିଛି। ଘଟଣାସ୍ଥଳରେ ପୋଲିସ ଟିମ ପହଞ୍ଚି ଏହାର ସମାଧାନ କରୁଛନ୍ତି।
Powered by Froala Editor