ଶିମିଳିପାଳ କୋର୍ ଏରିଆକୁ ଗଲା ବାଘୁଣୀ ଯମୁନା
ମହାରାଷ୍ଟ୍ର ତାଡୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଛି ବାଘୁଣୀ ଯମୁନା । ଶିମିଳିପାଳ ଅଭୟାରଣ୍ୟ କୋର୍ ଏରିଆରେ ବାଘୁଣୀ ଯମୁନାକୁ ଛଡ଼ାଯାଇଛି। ଯଶିପୁର କାଳିଆଣୀ ତନଖି ଫାଟକ ଦେଇ ପ୍ରବେଶ କରି ବାଘୁଣୀ ଯମୁନାକୁ ଜଙ୍ଗଲରେ ଛଡ଼ାଯାଇଛି । ଯମୁନା ଶିମିଳିପାଳରେ ମହାବଳ ବାଘ ବଂଶ ବିସ୍ତାର କରିବା ଦିଗରେ କାମ କରିବ।
ରବିବାର ମହାରାଷ୍ଟ୍ର ତାଡୋବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳକୁ ଅଣାଯାଇଥିଲା ଗୋଟିଏ ବାଘୁଣୀ। ଅଢ଼େଇ ବର୍ଷର ବାଘୁଣୀକୁ ଧରି ବନବିଭାଗ ଟିମ୍ ଶିମିଳିପାଳ ପହଞ୍ଚିଥିଲେ। ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ନିମନ୍ତେ ଅଣାଯାଇଥିବା ବାଘୁଣୀକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଖୁବଶୀଘ୍ର ମହାରାଷ୍ଟ୍ରରୁ ଆଉ ଏକ ମହାବଳ ବାଘକୁ ଶିମିଳିପାଳ ଅଣାଯିବ ବୋଲି ସୂଚନା ଦେଇଛି ବନ ବିଭାଗ।
Powered by Froala Editor