Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ...

  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ...

  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ...

  • ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ...

  • ସୁପ୍ରିମକୋର୍ଟରେ ଟ୍ବିଶା ଶର୍ମା ମୃତ୍ୟୁ ...

  • ଇବୋଲା ପ୍ରକୋପ : ଆଡଭାଇଜରୀ ଜାରି କଲେ ଭାରତ ...

  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ...

  • ଦେଶରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ...

  • ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ...

  • କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ...

Home ›› ››ରାଜ୍ୟ ବିଜେପି ସରକାର ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ: ବିଜେଡି

ରାଜ୍ୟ ବିଜେପି ସରକାର ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ: ବିଜେଡି

2024-10-26 14:21:51
15764
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟ ବିଜେପି ସରକାର ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଭୁବନେଶ୍ୱର, ୨୬/୧୦/୨୦୨୪: ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦାବି କରିଛି । ବିଜେଡି ମୁଖପାତ୍ର
ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଫୋକସ, ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନୁହେଁ ବରଂ କେବଳ ପ୍ରଶଂସା ସାଉଁଟିବା ପାଇଁ ବ୍ୟଗ୍ର ଥିବା ପରି ମନେ ହେଉଥିଲା । ଅତିକମ୍‌ରେ ଚାରି ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ, ରାଜ୍ୟ ସରକାର ଶୂନ୍ୟ ମୃତ୍ୟୁ ଦାବି କରିବା ହାସ୍ୟାସ୍ପଦ । ରାଜନଗରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି, ପ୍ରାୟ ଛଅ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସରକାର ଦାବି କରୁଥିଲା ବେଳେ ଏହି ତଥ୍ୟର ସତ୍ୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାତ୍ୟାର ପୂର୍ବ ମୁହୂର୍ତ୍ତ, ଏପରିକି ବାତ୍ୟା ପରେ ମଧ୍ୟ କିଛି ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଥିବା ଦୃଶ୍ୟ ନଜରକୁ ଆସିଛି । ତାଛଡ଼ା ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଇଥିବା ଲୋକ ମାନଙ୍କୁ ମଧ୍ୟ ଖାଦ୍ୟ ପାନୀୟ ଯୋଗାଇବା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି, ଯାହା ଗଣମାଧ୍ୟମରେ ପ୍ରକାଶ ପାଇଛି ।

ବାତ୍ୟା ଦାନାର ସୂଚନା ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମିଳିଥିଲା ଏବଂ ସରକାରଙ୍କ ପାଖରେ ମୁକାବିଲାର ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସୂଚନା ଥିଲେ ମଧ୍ୟ ସରକାର ପ୍ରସ୍ତୁତି କରିବାରେ ବିଫଳ ହୋଇଥିଲେ । ବାତ୍ୟାରେ ପବନର ଗତି ୧୦୦ରୁ ୧୨୦ କିମି ହେବ ବୋଲି ସୂଚନା ଦିଆଯାଉଥିଲା, କିନ୍ତୁ ବାତ୍ୟା ସମୟରେ ୬୦ରୁ ୮୦ କିଲୋମିଟର ଥିଲା, ଯାହା
ବିଶେଷଜ୍ଞଙ୍କ ମତରେ ବହୁତ ଅଧିକ ଓ ଚିନ୍ତାଜନକ ନୁହେଁ । ଏସବୁ ସତ୍ତ୍ୱେ ସରକାର ନିଜ ପିଠି ଥାପୁଡ଼େଇବାରେ ବ୍ୟସ୍ତ ଅଛନ୍ତି । ଲୋକଙ୍କ ଠାରୁ ନୁହେଁ, ଏ ସରକାର ପ୍ରଧାନମନ୍ତ୍ରୀଙ୍କ ଠାରୁ ସାର୍ଟିଫିକେଟ ପାଇଁ ବ୍ୟଗ୍ର ଅଛନ୍ତି ବୋଲି ଡଃ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ବିଜୁ ଜନତା ଦଳ ଦାବି କରୁଛି ଯେ, ବାତ୍ୟା ଦାନା ଉପରେ ରାଜ୍ୟ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ, ଯେଉଁଥିରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ଓ କେତେ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ଏବଂ କେଉଁ ଆଶ୍ରୟସ୍ଥଳରେ କେତେ ଲୋକଙ୍କୁ ରଖାଯାଇଥିଲା ଇତ୍ୟାଦିର ତଥ୍ୟ ପ୍ରଦାନ କରନ୍ତୁ ବୋଲି ଡଃ ସାମନ୍ତସିଂହାର କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ, ରାଜ୍ୟରେ ଏକ ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ହୋଇଥିଲା । ରାଜ୍ୟରେ ଓଡ୍ରାଫ ଗଠନ ସହିତ ଅତ୍ୟାଧୁନିକ ଯନ୍ତ୍ରପାତି ଉପଲବ୍ଧ କରାଯାଇଥିଲା । ୨୦୦୦ ମସିହାରେ, ରାଜ୍ୟରେ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳ ଥିଲା, ଯାହା ମଧ୍ୟରୁ ଅଧିକାଂଶ
ବ୍ୟବହାର ଉପଯୋଗୀ ନଥିଲା । ଏହି ଆଶ୍ରୟସ୍ଥଳ ଗୁଡିକର ପୁନଃରୁଦ୍ଧାର ସହିତ ନୂତନ ଓ ଅତ୍ୟାଧୁନିକ ଆଶ୍ରୟସ୍ଥଳମାନ ବାତ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ନିର୍ମାଣ କରାଯାଇଥିଲା । ୨୦୨୪ ମସିହା ବେଳକୁ ରାଜ୍ୟରେ ୯୦୦ରୁ ଅଧିକ ଆଶ୍ରୟସ୍ଥଳ ଥିଲା, ଯାହା ମଧ୍ୟରୁ ଅନୂନ୍ୟ ୪୫୦ଟି ଆଶ୍ରୟ ସ୍ଥଳରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିଲା । ସେହିପରି, ବାତ୍ୟା ଆସିବାର ଯଥେଷ୍ଟ ପୂର୍ବରୁ ବାତ୍ୟାର ପୂର୍ବାନୁମାନ ପାଇଁ ମଧ୍ୟ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଥିଲା । ତାଛଡା, ବାତ୍ୟା ପରିଚାଳନା ପାଇଁ ଆବଶ୍ୟକ କୌଶଳ ଓ ଅତ୍ୟାଧୁନିକ ଯନ୍ତ୍ରପାତିର ସଠିକ ବ୍ୟବହାର ପାଇଁ କର୍ମଚାରୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବାତ୍ୟାର ସଠିକ ମୁକାବିଲା ଓ ପରିଚାଳନା ପାଇଁ ଏକ ଏସଓପି ସ୍ଥିର କରାଯାଇଥିଲା ।

ନବୀନଙ୍କ ସମୟରେ ପ୍ରତିଷ୍ଠା ହୋଇଥିବା ଏହି ବ୍ୟବସ୍ଥା ଯେ କୌଣସି ବଡ଼ ବାତ୍ୟାକୁ ମୁକାବିଲା କରିବା ପାଇଁ ସକ୍ଷମ, ଯାହା ଅତୀତରେ ଅନେକ ବାତ୍ୟା ସମୟରେ ପ୍ରମାଣିତ ହୋଇଛି । ଏହି ବ୍ୟବସ୍ଥା ମାଧ୍ୟମରେ ସଫଳ ବାତ୍ୟା ପରିଚାଳନା ପାଇଁ ଓଡିଶା ରାଜ୍ୟ ତଥା ଦେଶ ବାହାରେ, ଏପରିକି ମିଳିତ ଜାତିସଙ୍ଘ ଦ୍ୱାରା ପ୍ରଶଂସିତ ହୋଇଛି । ଏଭଳି ଏକ ସୁଦୃଢ଼ ବ୍ୟବସ୍ଥା ଥିବା ସତ୍ତ୍ୱେ ରାଜ୍ୟ ବିଜେପି ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ବାତ୍ୟା ଦାନାର ପରିଚାଳନାରେ ବିଫଳ ହେବା ଦୁଃଖଦାୟକ ବୋଲି ଡଃ ସାମନ୍ତସିଂହାର କହିଥିଲେ ।

ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ରିଭ୍ୟୁ କରିବା ପାଇଁ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ, କିନ୍ତୁ ଏହି ରିଭ୍ୟୁ ସମୟରେ ସ୍ଥାନୀୟ ବିଧାୟକମାନଙ୍କୁ ସାମିଲ ନକରି କେବଳ ଦଳୀୟ ଲୋକଙ୍କୁ ଧରି ରିଭ୍ୟୁ କରୁଥିବା ଦେଖାଯାଇଥିଲା । ବାଲେଶ୍ୱରର ଭୋଗରାଇ ଓ କେନ୍ଦ୍ରାପଡ଼ାରେ ରିଭ୍ୟୁ ସମୟରେ ଏପରି ହୋଇଥିବା ଫଟୋ ସାମାଜିକ ଗଣମାଧ୍ୟମରେ
ଭାଇରାଲ ହେଉଛି ବୋଲି ଡଃ ସାମନ୍ତସିଂହାର କହିଥିଲେ ।

Powered by Froala Editor

Tags bjd

Related articles Odisha News Lens 4.1

  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...
    ଦେଶ-ଦେଶାନ୍ତର

    ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...

    15521
    May 24, 2026
  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ...
    ଦେଶ-ଦେଶାନ୍ତର

    ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ...

    14862
    May 24, 2026
  • ଦେଶରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ
    ଦେଶ-ଦେଶାନ୍ତର

    ଦେଶରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ

    14181
    May 23, 2026
  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ
    ଦେଶ-ଦେଶାନ୍ତର

    ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ

    14982
    May 24, 2026
  • କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା
    ଦେଶ-ଦେଶାନ୍ତର

    କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା

    15422
    May 23, 2026
  • ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ, ସନ୍ଦିଗ୍ଧ ଗିରଫ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ, ସନ୍ଦିଗ୍ଧ ଗିରଫ

    13988
    May 23, 2026
  • ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ଦୁଷ୍କର୍ମ
    ଦେଶ-ଦେଶାନ୍ତର

    ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ଦୁଷ୍କର୍ମ

    14393
    May 24, 2026
  • ଇବୋଲା ପ୍ରକୋପ : ଆଡଭାଇଜରୀ ଜାରି କଲେ ଭାରତ ସରକାର
    ଦେଶ-ଦେଶାନ୍ତର

    ଇବୋଲା ପ୍ରକୋପ : ଆଡଭାଇଜରୀ ଜାରି କଲେ ଭାରତ ସରକାର

    13853
    May 24, 2026
  •  ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ
    ବିଶେଷ

    ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15434
    May 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା

    15422
    May 23, 2026
  • ଦେଶ-ଦେଶାନ୍ତର

    ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ

    14982
    May 24, 2026
  • ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ, ସନ୍ଦିଗ୍ଧ ଗିରଫ

    13988
    May 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16876
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17496
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17542
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17927
    Sep 06, 2023

ବିଶେଷ

  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15434
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14974
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14385
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14511
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15572
    May 17, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15419
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15161
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15651
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13984
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇବୋଲା ପ୍ରକୋପ : ଆଡଭାଇଜରୀ ଜାରି କଲେ ଭାରତ ସରକାର

    13853
    May 24, 2026
  • ସୁପ୍ରିମକୋର୍ଟରେ ଟ୍ବିଶା ଶର୍ମା ମୃତ୍ୟୁ ମାମଲା

    14908
    May 24, 2026
  • କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା

    15422
    May 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In