Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏଆଇ ଯୋଗୁଁ ୨୦୩୦ ସୁଦ୍ଧା ସୃଷ୍ଟି ହୋଇପାରେ ...

  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ...

  • ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା, ଜାଣନ୍ତୁ ...

  • ନିଟ୍‌ ପରୀକ୍ଷା ସମୟ ଅବଧି ୧୯୫ ମିନିଟ୍‌କୁ ...

  • ଯୁଦ୍ଧକୁ ନେଇ ବଡ ବୟାନ ଦେଲେ ଟ୍ରମ୍ପ, ଇରାନ ...

  • ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ...

  • ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ...

  • ୪୩୦୦ ଖସିଲା ସୁନା ଦର

  • ଗୁରୁ ରନ୍ଧାୱାଙ୍କ "୨୪ ଆୱାର୍ସ ଫିଟନେସ୍" ...

  • ବିବାଦ ପରେ ଇନଷ୍ଟା ଆକାଉଣ୍ଟ ଡିଲିଟ କଲେ ...

Home ›› ››ଚାଷୀଙ୍କ ଠାରୁ ଧାନ କିଣିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ଦାବିରେ ପ୍ରତିବାଦ କରିବ ବିଜେପି : ସମୀର ମହାନ୍ତି

ଚାଷୀଙ୍କ ଠାରୁ ଧାନ କିଣିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ଦାବିରେ ପ୍ରତିବାଦ କରିବ ବିଜେପି : ସମୀର ମହାନ୍ତି

2021-06-30 02:37:07
15330
Share:
Facebook
Twitter
E-Mail
WhatsApp
Telegram
ଚାଷୀଙ୍କ ଠାରୁ ଧାନ କିଣିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ଦାବିରେ ପ୍ରତିବାଦ କରିବ ବିଜେପି : ସମୀର ମହାନ୍ତି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା ହେଉଛି ଓଡିଶା ଏବଂ ମୋଦି ସରକାର ଓଡିଶାର ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି । ଓଡିଶାର ଗରିବ, ଅସହାୟ, ଚାଷୀ ଏବଂ ତୃଣମୂଳସ୍ତରରେ ଥିବା ଲୋକମାନଙ୍କ ପାଇଁ ମୋଦି ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟାପକ ଅର୍ଥ ପଠାଉଛନ୍ତି । କିନ୍ତୁ ଦୁର୍ଭଗ୍ୟର କଥା ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ କେନ୍ଦ୍ରୀୟ ଅନୁଦାନ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଂଚି ପାରୁନାହିଁ । ବିଶେଷ କରି ଚାଷୀମାନଙ୍କୁ ରାଜ୍ୟ ସରକାର ପ୍ରତାରଣା କରିଚାଲିଛନ୍ତି । କେନ୍ଦ୍ର ସରକାର ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରିବା, ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅର୍ଥ ଯୋଗାଇବା, ବିଭିନ୍ନ ସାର ଓ ଚାଷ ଉପକରଣରେ ରିହାତି ଦେବାବେଳେ ରାଜ୍ୟସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ଓଡିଶାର ଚାଷୀକୂଳ ଆଜି ହତାଶ ହୋଇଛି । ମୋଦି ସରକାରଙ୍କ ବିକାଶ କାର୍ଯ୍ୟରେ ଓଡିଶା ରାଜ୍ୟ ଫୋକସରେ ରହିଛି । ନୂଆ ଓଡିଶା ଗଢିବୁ ଏବଂ ଓଡିଆଙ୍କ ହକ୍ ପାଇଁ ଲଢିବୁ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।


ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ପାଖରେ ଧାନ ବିକ୍ରି ନହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି । ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ପ୍ରାୟ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ଟୋକନ ଲ୍ୟାପସ୍ ହେବା କାରଣରୁ ସେମାନଙ୍କ ଧାନ ମଣ୍ଡିରେ ପଡିରହିଛି । ଏଥିପାଇଁ ଯେତେ ସଂଖ୍ୟାରେ ଚାଷୀ ପଞ୍ଜୀକରଣ କରିଥିଲେ ଟୋକନ ନଦେବା କାରଣରୁ ସେମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ଖୋଲା ବଜାରରେ କ୍ୱିଂଟାଲ ପିଛା ୯୦୦-୧୧୦୦ ଟଙ୍କାରେ ଧାନବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ଟୋକନ ପାଇଥିବା ଚାଷୀ ମଣ୍ଡିରେ ଧାନବିକ୍ରି କଲାବେଳେ ମିଲର୍ସମାନେ ମନଇଚ୍ଛା କ୍ୱିଂଟାଲ ପିଛା ୮/୧୦ କେଜି କଟନୀ ଛଟନୀ କରି ଚାଷୀଙ୍କୁ ଶୋଷଣ କରୁଛନ୍ତି । ଚଳିତ ରବି ଋତୁରେ ସରକାର ଟୋକନର ଅବଧି ମାତ୍ର ୧୨ ଦିନ କରିଦେଇଥିବାରୁ ଅନେକ ଚାଷୀଙ୍କ ଟୋକନ ଲ୍ୟାପସ ହୋଇଛି । ମଣ୍ଡିରେ ପଡିଥିବା ଧାନ ଗଜା ହେବାର ଦୃଶ୍ୟ ପ୍ରତିଦିନ ଗଣମାଧ୍ୟମରେ ପ୍ରସାରଣ ହେଉଛି । ଏପରି ଅବ୍ୟବସ୍ଥା ବିରୁଦ୍ଧରେ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ଗତ ୨୫ ତାରିଖ ଦିନ ରାଜ୍ୟ ଯୋଗାଣ ନିଗମ ଆଗରେ ଧାରଣା ଦିଆଯିବା ସହ ତୁରନ୍ତ ବାକି ଥିବା ଧାନକୁ କିଣିବା ପାଇଁ ଦାବି କରାଯାଇଥିଲା । ୩୦ ତାରିଖ ସୁଦ୍ଧା ଧାନ ସବୁ କିଣାଯିବ ବୋଲି ଯୋଗାଣ ନିଗମ ଅଧିକାରୀ ପ୍ରତଶୃତି ଦେବା ପରେ ବି ଏଯାବତ୍ ଧାନ କିଣିବା ନେଇ କୌଣସି ପନ୍ଥା ବାହାର କରାଯାଇନାହିଁ ।


ଓଡିଶାରେ ଧାନ ସଂଗ୍ରହ ପ୍ରକ୍ରିୟା, ପ୍ରଚଳିତ ବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟା ନେଇ ଚଳିତ ବର୍ଷ ମାର୍ଚ୍ଚ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସରଜମିନ ତଦନ୍ତ କରିବା ପାଇଁ ଖାଉଟି ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ, ଫୁଡ ଏବଂ ପବ୍ଲିକ ଡିଷ୍ଟ୍ରିବୁସନ ବିଭାଗର ଅଧିକାରୀ ଏବଂ  ଏଫ୍‌ସିଆଇର ବରିଷ୍ଠ ଅଧିକାରୀମାନେ ବରଗଡ ଜିଲ୍ଲା ପଦ୍ମପୁର (ସୋହେଲା ମାର୍କେଟ ୟାର୍ଡ), ବଲାଙ୍ଗୀର ଜିଲ୍ଲାର ସାଲେଭଟା, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଏବଂ ନୟାଗଡ ଜିଲ୍ଲାର ରଣପୁର ବ୍ଲକ ସ୍ଥିତ କେରାଣ୍ଡ ଆରଏମସି ପରିଦର୍ଶନ କରିବା ସହ ଆରଏମସି, ପ୍ୟାକ୍ସ୍‌, ରାଜ୍ୟ ସିଭିଲ ସପ୍ଲାଏ କର୍ପୋରେସନର ଅଧିକାରୀ ତଥା ଅନୁସନ୍ଧାନକାରୀ ଟିମଙ୍କ ସହ ଆଲୋଚନା କରିଥିଲେ । ଓଡିଶାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ବିରୁଦ୍ଧରେ କେନ୍ଦ୍ରୀୟ ପ୍ରତିନିଧୀ ଦଳ ୫୬ ପୃଷ୍ଠାର ରିପୋର୍ଟରେ ଦର୍ଶାଇଛନ୍ତି ଯେ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନ କିଣିବା ସମୟସୀମାକୁ ସମସ୍ତ ଆରଏମସି ଗୁଡିକରେ କମାଇ ଦିଆଯାଇଛି । ଯାହାଫଳରେ ଟୋକନ ନଷ୍ଟ ହେବା ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀମାନେ ହତାଶ ହୋଇଛନ୍ତି ା ଧାନ ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କ ୧୫୧ ଦିନର ସମୟ ଅବଧିକୁ ଅଣଦେଖା କରାଯାଇଛି । ସିଭିଲ୍ ସପ୍ଲାଏ ବିଭାଗ ଦ୍ୱାରା ପିପିସି ସେଂଟରରେ ଜାରୀ କରାଯାଇଥିବା ୩୦ ଦିନିଆ ଟୋକନ ବ୍ୟବସ୍ଥାର ଅପବ୍ୟବହାର କରାଯାଉଛି ।


ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବିରେ ବିଜେପି ପକ୍ଷରୁ କୋଭିଡ ଗାଇଡଲାଇନକୁ ପାଳନ କରି ଆସନ୍ତା ଜୁଲାଇ ୧ ଏବଂ ୨ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ । ଜୁଲାଇ ୧ ଓ ୨ ତାରିଖରେ ଚାଷୀଙ୍କ ସହ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ସମସ୍ତ ଧାନମଣ୍ଡି ଆଗରେ ଧାରଣା ଦେଇ ରାଜରାସ୍ତା ରୋକିବା ସହ ସ୍ଥାନୀୟ ସିଏସ୍‌ଓ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।


୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରା ଆବାସ ଯୋଜନା ଏକ ଫ୍ଲାଗସିପ୍‌ ପ୍ରୋଗ୍ରାମ । କିନ୍ତୁ ରାଜ୍ୟସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଖଣ୍ଡେ ଘରେ ପାଇବାରୁ ବଂଚିତ ହେଉଛନ୍ତି । ସାରା ରାଜ୍ୟରେ ୧୦ ରୁ ୨୫ ହଜାର ଟଙ୍କାର ଲାଂଚ ନଦେଲେ ପକ୍କା ଘର ଖଣ୍ଡେ ମିଳିବା କଷ୍ଟକର ହୋଇପଡିଛି । ପକ୍କା ଘର ବଂଟନରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ ନାହିଁ । ଏସ୍‌ଇସିସି ତାଲିକା ଅନୁଯାୟୀ ରାଜ୍ୟ ସରକାର ସମସ୍ତଙ୍କୁ ଘର ଯୋଗାଇଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ଅନେକ ଯୋଗ୍ୟ ହିତାଧିକାରୀ ଏପର୍ଯ୍ୟନ୍ତ ପକ୍କା ଘର ଖଣ୍ଡେ ପାଇ ନାହାଁନ୍ତି । କେନ୍ଦ୍ରୀୟ ଟିମ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅନିୟମିତତା ବିରୁଦ୍ଧରେ ରିପୋର୍ଟ ଦେବା ସତ୍ୱେ ରାଜ୍ୟ ସରକାର ସଂପୃକ୍ତ ଅଂଚଳର ବିଡିଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି । କେନ୍ଦ୍ର ସରକାର ଚଳିତ ବର୍ଷ ପାଇଁ ୮ ଲକ୍ଷ ୧୭ ହଜାର ପକ୍କା ଘର ଯୋଗାଇବା ନେଇ ଅର୍ଥ ପ୍ରଦାନ କରିଛନ୍ତି । ଜଣେ ବି ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ଯେପରି ବଂଚିତ ନରୁହେ ସେଦିଗରେ ରାଜ୍ୟ ସରକାର କାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।


ପ୍ରତି ଗାଁରେ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଜୁଳି, ଉଜ୍ଜଳା ଯୋଜନାରେ ଗ୍ୟାସ ,ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ଏବଂ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଉଛି । ପଂଚଦଶ ଅର୍ଥ କମିଶନରେ ପଂଚାୟତଗୁଡିକୁ ବ୍ୟାପକ ଅର୍ଥ ଆସୁଛି । କିନ୍ତୁ ଲୋକଙ୍କ ବିକାଶରେ ରାଜ୍ୟ ସରକାର ଏଠି ବାଧକ ସାଜିଛନ୍ତି । ୨୦୨୨ ସୁଦ୍ଧା ଓଡିଶାର ପ୍ରତ୍ୟେକ ଗରିବ ଲୋକ ପାଖରେ ପକ୍କା ଘର ନପହଂଚାଇ ପାରିଲେ ବିଜେଡି ସରକାର ହିଁ ଦାୟୀ ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।


ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଆବଂଟନ କରିଥିବା ରାଜ୍ୟର ୩୦ଟି ଜିଲ୍ଲାରୁ ୨୧ ଟି ଜିଲ୍ଲାକୁ ପକ୍କା ଘର ଆବଂଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ । ଯେଉଁମାନଙ୍କର ପକ୍କା ଘର ନାହିଁ ସେମାନେ ନିକଟସ୍ଥ ପଂଚାୟତ କିମ୍ବା ବ୍ଲକରେ ସେମାନଙ୍କର ଆବେଦନ ଦାଖଲ କରି ପାରିବେ । ଯେଉଁ ୯ ଟି ଜିଲ୍ଲାରେ ପକ୍କା ଘର ପାଇଁ କୌଣସି ଆଲର୍ଟମେଂଟ ହୋଇନାହିଁ ସେଠାରେ ଥିବା ଗରିବ ଲୋକ କାହିଁକି ନିଜ ଅଧିକାରରୁ ବଂଚିତ ରହିଲେ, ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ସମସ୍ତ ଯୋଗ୍ୟ ହତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ଦାବିରେ ଆସନ୍ତା ଜୁଲାଇ ୭,୮,୯ ତାରିଖ ତିନି ଦିନ ଧରି ରାଜ୍ୟର ସମସ୍ତ ବ୍ଲକ ସାମ୍ନାରେ ବିଜେପି ତରଫରୁ ପ୍ରତିବାଦ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।


ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାଜ୍ୟ ମୁଖପାତ୍ର ବିରଂଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।


Powered by Froala Editor

Tags bjp odisha , sameer mohanty

Related articles Odisha News Lens 4.1

  • ବିବାଦ ପରେ ଇନଷ୍ଟା ଆକାଉଣ୍ଟ ଡିଲିଟ କଲେ ପ୍ରଣିତ
    ମନୋରଞ୍ଜନ

    ବିବାଦ ପରେ ଇନଷ୍ଟା ଆକାଉଣ୍ଟ ଡିଲିଟ କଲେ ପ୍ରଣିତ

    15296
    Jun 11, 2026
  • ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା, ଜାଣନ୍ତୁ କ’ଣ?

    14191
    Jun 12, 2026
  • ଗୁରୁ ରନ୍ଧାୱାଙ୍କ
    ମନୋରଞ୍ଜନ

    ଗୁରୁ ରନ୍ଧାୱାଙ୍କ "୨୪ ଆୱାର୍ସ ଫିଟନେସ୍" ଜିମ୍‌ରେ ଗୁଳିମାଡ଼

    14862
    Jun 11, 2026
  • ୪୩୦୦ ଖସିଲା ସୁନା ଦର
    ଦେଶ-ଦେଶାନ୍ତର

    ୪୩୦୦ ଖସିଲା ସୁନା ଦର

    14124
    Jun 11, 2026
  • ଯୁଦ୍ଧକୁ ନେଇ ବଡ ବୟାନ ଦେଲେ ଟ୍ରମ୍ପ, ଇରାନ ଉପରେ ଆକ୍ରମଣ କରିବନି ଆମେରିକା
    ଦେଶ-ଦେଶାନ୍ତର

    ଯୁଦ୍ଧକୁ ନେଇ ବଡ ବୟାନ ଦେଲେ ଟ୍ରମ୍ପ, ଇରାନ ଉପରେ ଆକ୍ରମଣ କରିବନି ଆମେରିକା

    13804
    Jun 12, 2026
  • ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା

    13314
    Jun 11, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା
    ବିଶେଷ

    ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    14928
    Jun 13, 2026
  • ନିଟ୍‌ ପରୀକ୍ଷା ସମୟ ଅବଧି ୧୯୫ ମିନିଟ୍‌କୁ ବୃଦ୍ଧି
    ଦେଶ-ଦେଶାନ୍ତର

    ନିଟ୍‌ ପରୀକ୍ଷା ସମୟ ଅବଧି ୧୯୫ ମିନିଟ୍‌କୁ ବୃଦ୍ଧି

    14224
    Jun 12, 2026
  • ଏଆଇ ଯୋଗୁଁ ୨୦୩୦ ସୁଦ୍ଧା ସୃଷ୍ଟି ହୋଇପାରେ ଜଳସଙ୍କଟ
    ଦେଶ-ଦେଶାନ୍ତର

    ଏଆଇ ଯୋଗୁଁ ୨୦୩୦ ସୁଦ୍ଧା ସୃଷ୍ଟି ହୋଇପାରେ ଜଳସଙ୍କଟ

    14196
    Jun 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା

    13314
    Jun 11, 2026
  • ଦେଶ-ଦେଶାନ୍ତର

    ଯୁଦ୍ଧକୁ ନେଇ ବଡ ବୟାନ ଦେଲେ ଟ୍ରମ୍ପ, ଇରାନ ଉପରେ ଆକ୍ରମଣ କରିବନି ଆମେରିକା

    13804
    Jun 12, 2026
  • ଦେଶ-ଦେଶାନ୍ତର

    ନିଟ୍‌ ପରୀକ୍ଷା ସମୟ ଅବଧି ୧୯୫ ମିନିଟ୍‌କୁ ବୃଦ୍ଧି

    14224
    Jun 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16922
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17541
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17589
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17981
    Sep 06, 2023

ବିଶେଷ

  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    14928
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13543
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15422
    Jun 09, 2026
  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    14212
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    14104
    Jun 05, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15464
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15209
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15693
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14036
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ମିଳୁନି ପତ୍ତା

    13973
    Jun 11, 2026
  • ନିଟ୍‌ ପରୀକ୍ଷା ସମୟ ଅବଧି ୧୯୫ ମିନିଟ୍‌କୁ ବୃଦ୍ଧି

    14224
    Jun 12, 2026
  • ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା

    13314
    Jun 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In