ଅର୍ଥନୀତିରେ ୩ ଜଣଙ୍କୁ ମିଳିବ ନୋବେଲ୍
ଅର୍ଥନୈତିକ କ୍ଷେତ୍ରରେ ଅବଦାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରିଛି ରୟାଲ ସୁଇଡିଶ ଏକାଡେମୀ ଅଫ୍ ସାଇନ୍ସ। ମିଳିତ ଭାବେ ଆମେରିକାର ଡେରନ୍ ଆସେମୋଗ୍ଲୁ, ସାଇମନ ଜନସନ ଓ ଜେମ୍ସ ଏ ରବିନସନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି।
ଅନୁଷ୍ଠାନ ଗୁଡିକ କିପରି ଗଠନ କରାଯାଏ ଏବଂ ସେମାନେ କିପରି ସମୃଦ୍ଧିକୁ ପ୍ରଭାବିତ କରନ୍ତି ସେ ବିଷୟରେ ଅଧ୍ୟୟନ ପାଇଁ ଅର୍ଥନୀତିରେ ୨୦୨୪ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ନୋବେଲ କମିଟି ଏକ ଏକ୍ସ ପୋଷ୍ଟରେ ଲେଖିଛି ଯେ ରାଜନୈତିକ ଅନୁଷ୍ଠାନ ଗଠନ ଏବଂ ପରିବର୍ତ୍ତନର ପରିସ୍ଥିତିକୁ ବୁଝାଇବା ପାଇଁ ଏହି ତିନିଜଣ ଅର୍ଥନୀତିଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ମଡେଲର ତିନୋଟି ଉପାଦାନ ରହିଛି । ପ୍ରଥମଟି ହେଉଛି ସମ୍ବଳ କିପରି ଆବଣ୍ଟନ କରାଯାଏ ଏବଂ ସମାଜରେ (ସମ୍ଭ୍ରାନ୍ତ ବା ଜନସାଧାରଣ) କାହାର ନିଷ୍ପତ୍ତି ନେବାର କ୍ଷମତା ଅଛି।
ଗତବର୍ଷ ରୟାଲ ସୁଇଡିଶ ଏକାଡେମୀ ଅଫ୍ ସାଇନ୍ସ କ୍ଲାଉଡିଆ ଗୋଲ୍ଡିନଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରିଥିଲା। ମହିଳାଙ୍କ ଶ୍ରମ ବଜାର ଫଳାଫଳ ବିଷୟରେ ଆମର ବୁଝାମଣାକୁ ଆଗକୁ ବଢ଼ାଇବା କିମ୍ବା ବିକଶିତ କରିବା ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । କ୍ଲାଉଡିଆ ଗୋଲ୍ଡିନ୍ ଶତାବ୍ଦୀ ଧରି ମହିଳାଙ୍କ ରୋଜଗାର ଏବଂ ଶ୍ରମ ବଜାର ଅଂଶଗ୍ରହଣର ପ୍ରଥମ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିଥିଲେ । ସେମାନଙ୍କ ଗବେଷଣାରେ ପରିବର୍ତ୍ତନର ମୁଖ୍ୟ ଉତ୍ସ ଏବଂ ଅବଶିଷ୍ଟ ଲିଙ୍ଗଗତ ବ୍ୟବଧାନ ପ୍ରକାଶ ପାଇଛି।
Powered by Froala Editor