ଏଥର କଟକରେ ହେବନି ରାବଣ ପୋଡିରେ ବାଣ ପ୍ରତିଯୋଗିତା
କଟକ: ଆଜି ରାବଣପୋଡି, ଶନିବାର କେତେକ ସ୍ଥାନରେ ରାବଣପୋଡ଼ି ପାଳିତ ହୋଇଯାଇଥିବା ବେଳେ ରବିବାର ଅନ୍ୟ କେତେକସ୍ଥାନରେ ରବଣ ପୋଡ଼ି ହେବ। ତେବେ ଚଳିତ ବର୍ଷ କଟକରେ ରାବଣପୋଡ଼ି ଫିକା ପଡ଼ିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କଟକରେ ରାବଣ ପୋଡିରେ ବାଣ ପ୍ରତିଯୋଗିତା ହେବନାହିଁ। ସୁରୁଖୁରୁରେ କିପରି ରାବଣପୋଡି ଉତ୍ସବ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। କେବଳ ରଙ୍ଗୀନ ବାଣ, ଯାହା ପରିବେଶ ପ୍ରତିକୂଳ ହୋଇଥିବା ସେଭଳି ବାଣ ବ୍ୟବହାର କରାଯିବ। ଏନେଇ ଆସନ୍ତା ୧୦ ତାରିଖ ସୁଦ୍ଧା ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବାକୁ ସିଏମ୍ସି ଓ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଅନ୍ୟପକ୍ଷେ ଲୋକଙ୍କ ଭିଡ ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ ଓ ସୁପରିଚାଳନା କରିବା ପାଇଁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ।
Powered by Froala Editor