ନବରାତ୍ରୀରେ କୁମ୍ କୁମ୍ ବ୍ରତ
ଛତ୍ରପୁର: ନବରାତ୍ର ପୂଜା ଉପଲକ୍ଷେ ଗଞ୍ଜାମ ଜିଲା ଛତ୍ରପୁରରେ ଆୟୋଜିତ ହୋଇଛି କୁମ୍ କୁମ୍ ପୂଜା। ତେଲୁଗୁ ସଂମ୍ରଦାୟର ନିଆରା ସଂସ୍କୃତି ଓ ପରମ୍ପରା ହେଉଛି ଏହି କୁମ୍ କୁମ୍ ପୂଜା। ତେଲୁଗୁ ମହିଳାମାନେ ନବରାତ୍ର ସମୟରେ ସଂସ୍କୃତି ଓ ପରମ୍ପରା ଅନୁସାରେ ଏକାଠି ହୋଇ ଏହି କୁମ୍ କୁମ୍ ବ୍ରତ ପାଳିଥାନ୍ତି। ସ୍ୱାମୀର ଦିର୍ଘାୟୁ କାମନା ଓ ପରିବାର ମଙ୍ଗଳକାମନା କରି ମହିଳାମାନେ ଏହି ପୂଜା କରିଥାନ୍ତି। ଏହି ଅବସରରେ ଛତ୍ରପୁର ସ୍ଥିତ ମା ରାମାୟାଣାମା ଠାକୁରାଣୀ ମନ୍ଦିର ପରିସରରେ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ତେଲୁଗୁ ସମ୍ପ୍ରଦାୟର ମହିଳା ଏକାଠି ହୋଇ ଏହି ବ୍ରତ ପାଳନ କରିଥିଲେ। ଏହି ନିଆରା ପରମ୍ପରାକୁ ପାଳନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା।
Powered by Froala Editor