ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ସକାଳ ୬ଟାରୁ ଦିନ ଗୋଟାଏ ଯାଏ ପ୍ରବେଶ ଅନୁମତି ରହିଛି। ଯଶିପୁର କାଳିଆଣି ଗେଟ ଦେଇ ୩୫ଟି ଗାଡି ଏବଂ ବାରିପଦା ପିଠାବଟା ଲୁଲୁଙ୍ଗ ପଟୁ ୨୫ଟି ଗାଡିକୁ ପ୍ରବେଶ ଅନୁମତି ରହିଛି। ଏଥିପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ଯଶୀପୁର ଗେଟରେ ଆଦିବାସୀ ନାଚ ଗୀତ ମାଧ୍ୟମରେ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଉଛି ।
ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି । ଅଭୟାରଣ୍ୟ ମଧ୍ୟରେ ବୁଲିବା ଖାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପର୍ଯ୍ୟଟକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି ।
ଆସନ୍ତା ଜୁନ ୧୨ ତାରିଖରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିଲା। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନିଆଯାଇଥିଲା।
Powered by Froala Editor