ଉତ୍ତର ଓଡ଼ିଶାର ଏହି ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହୋଇଛି। ମଙ୍ଗଳବାର ସକାଳ ସାଢେ ୮ଟାରୁ ସନ୍ଧ୍ୟା ସାଢେ ୫ଟା ମଧ୍ୟରେ ନୟାଗଡରେ ୧୫.୨ ମି.ମି.ବର୍ଷା ରେକର୍ଡ ହୋଇଥିବାବେଳେ ଢେଙ୍କାନାଳ, ଦାରିଙ୍ଗବାଡି, ଫୁଲବାଣୀ, କୋରାପୁଟ, କେନ୍ଦୁଝର, ଝାରସୁଗୁଡା, ଅନୁଗୋଳ, ଭୁବନେଶ୍ବର, କଟକ ଏବଂ ଚାନ୍ଦବାଲିରେ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟାରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତିରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।
Powered by Froala Editor