ଜୁଲାନା ଆସନରେ ଭିନେଶ ବିଜୟୀ, ୬ ହଜାର ଭୋଟ୍ରେ ଜିତିଲେ
କୁସ୍ତି ମୈଦାନ ପରେ ରାଜନୀତି ମୈଦାନରେ ଭିନେଶଙ୍କୁ ମିଳିଛି ବଡ଼ ସଫଳତା। କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗାଟ ଜିତିଛନ୍ତି ବିଧାନସଭା ନିର୍ବାଚନ। ହରିୟାଣାର ଜୁଲାନା ଆସନରୁ ବିଜୟୀ ହୋଇଛନ୍ତି ଭିନେଶ। ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ, ୬,୦୦୦ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ଭିନେଶ।
ଜିନ୍ଦ ଜିଲା ଅନ୍ତର୍ଗତ ୫ ବିଧାନସଭା ଆସନ ରହିଛି। ସମସ୍ତ ଆସନରେ ପ୍ରାୟ ୬୬.୦୨% ମତଦାନ ହୋଇଥିଲା। ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ ହେବା ପରଠାରୁ ଭିନେଶ ପଛୁଆ ରହିଥିଲେ। ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଥିଲେ ବି ଭାଜପା ପ୍ରାର୍ଥୀ ଯୋଗେଶ ବୈରାଗୀଙ୍କୁ ସେ ୬୦୦୦ ଭୋଟରେ ପରାଜିତ କରିଛନ୍ତି। ଏଥିସହ ଦଳ ୧୯ ବର୍ଷ ପରେ ପ୍ରଥମ ଥର ଲାଗି ଏହି ଆସନରେ ଜିତି ଇତିହାସ ରଚିଛି। ଶେଷଥର ଲାଗି ଦଳ ୨୦୦୫ରେ ଜିତିଥିଲା।
ଭିନେଶ ଏବଂ ବଜରଙ୍ଗ ପୁନିଆ WFI ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ପରେ ଅବସର ନେଇ ଭିନେଶ କଂଗ୍ରେସରେ ହଠାତ ଯୋଗ ଦେବା ପରେ ଦଳ ଜୁଲାନା ଆସନରୁ ତାଙ୍କୁ ପ୍ରାର୍ଥୀ କରିଥିଲା।
Powered by Froala Editor