ଏଣିକି ଏସସିବି ମେଡିକାଲରେ ରୋଗୀଙ୍କ ସହ ଥିବା ସମ୍ପର୍କୀୟଙ୍କ ପାଇଁ ଲାଗୁ ହେଲା ପାସ୍
କଟକ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେଲା ପାସ୍ ବ୍ୟବସ୍ଥା। ଏଣିକି ରୋଗୀଙ୍କ ସହ ଥିବା ସମ୍ପର୍କୀୟଙ୍କ ପାଇଁ ପାସ୍ ଲାଗୁ କରିଛନ୍ତି ଏସସିବି କର୍ତ୍ତୃପକ୍ଷ। ଡାକ୍ତରଙ୍କ ୱାର୍ଡ଼ ଭ୍ରମଣ ସମୟରେ ଦୁଇ ଜଣ ସମ୍ପର୍କୀୟ ରୋଗୀଙ୍କ ସହ ରହି ପାରିବେ। ଏହାପରେ ପୂର୍ବପରି ଜଣେ ହିଁ ସମ୍ପର୍କୀୟ ରୋଗୀଙ୍କ ସହ ରହିପାରିବେ ବୋଲି ସ୍ପଷ୍ଟ କରିଛନ୍ତି ଏସସିବି କୂଳସଚିବ। ଏହାରି ମଧ୍ୟରେ ରୋଗୀଙ୍କ ପାଖରେ ସହାୟକର ପରିଦର୍ଶନ ସମୟ ସକାଳ ୭.୩୦ ରୁ ୯ ଟା। ଏହାପରେ ମଧ୍ୟାହ୍ନ ୧ ରୁ ୨ ଓ ସନ୍ଧ୍ୟା ସମୟରେ ୭.୩୦ ରୁ ୯ ଘଟିକା ପର୍ଯ୍ୟନ୍ତ ରହିଛି।
Powered by Froala Editor