କରୋନାରେ ଚାଲିଯାଇଛନ୍ତି ପତ୍ନୀ, ସ୍ମୃତିରେ ସିଲିକନ୍ ପ୍ରତିମୂର୍ତ୍ତି ତିଆରି କଲେ ସ୍ୱାମୀ
ପତ୍ନୀଙ୍କ ମୃତ୍ୟୁ ହେବାକୁ ୪ ବର୍ଷ ବିତିଲାଣି। ହେଲେ ଘରେ ପତ୍ନୀଙ୍କ ସିଲ୍କନ୍ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ୫୨ ବର୍ଷୀୟ ବ୍ୟବସାୟୀ ପ୍ରଶାନ୍ତ ନାୟକ।
ବ୍ରହ୍ମପୁର ଟାଉନ୍ର ଯୁବ ବ୍ୟବସାୟୀ ପ୍ରଶାନ୍ତ ନାୟକ। ପତ୍ନୀ କିରଣ, ଝିଅ ମେହେକ, ପୁଅ ଆୟନ୍, ମାଆ ଓ ଭାଇଙ୍କୁ ନେଇ ତାଙ୍କ ପରିବାର। ହେଲେ ୨୦୨୧ ମସିହାରେ ମହାମାରୀ କରୋନାରେ ଆଖି ବୁଜିଲେ କିରଣ। ପ୍ରଶାନ୍ତ ସିନା ରୋଜଗାର କରୁଥିଲେ, ହେଲେ ପୂରା ପରିବାରର ମେରୁଦଣ୍ଡ ଥିଲେ କିରଣ। ଘରର ଯାବତୀୟ କଥା ଓ ପିଲାଙ୍କ ଅଳି ଅର୍ଦ୍ଦଳୀ ବୁଝିଥିଲେ ସିଏ। ହେଲେ ହଠାତ୍ ତାଙ୍କ ବିୟୋଗ ପ୍ରଶାନ୍ତଙ୍କୁ ବ୍ୟତିବ୍ରସ୍ତ କରିଥିଲା।
ସେ ତାଙ୍କ ସ୍ତ୍ରୀଙ୍କ ବିୟୋଗ ପରେ ସିଲିକନର ଏକ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଛନ୍ତି । ଯାହା ଅବିକଳ ତାଙ୍କ ପତ୍ନୀଙ୍କ ଭଳି ଦିଶୁଛି । ପିଲାମାନେ ଇଣ୍ଟରନେଟରେ ସିଲିକନ ପ୍ରତିମୂର୍ତ୍ତି ତିଆରି ହେଉଥିବାର ଦେଖିବା ପରେ ବାପାଙ୍କୁ ମା' କିରଣଙ୍କ ଏଭଳି ଏକ ପ୍ରତିମୂର୍ତ୍ତି ତିଆରି ବିଷୟରେ କହିଥିଲା । ପରେ ପ୍ରଶାନ୍ତ ସ୍ତ୍ରୀ କିରଣଙ୍କ ପ୍ରତିମୂର୍ତ୍ତି ପାଇଁ ବେଙ୍ଗାଲୁରୁ ସହରରେ ଜଣେ କାରୀଗରଙ୍କୁ ବଇନା ଦେଇ ଏଭଳି ଏକ ଜୀବନ୍ତ ଅନୁଭୂତି ଦେଉଥିବା ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଇଥିଲେ । ଯାହାକୁ ପ୍ରଶାନ୍ତ ନିଜ ଡ୍ରଇଂରୁମରେ ଏକ ସୋଫା ଉପରେ ବସାଇ ରଖିଛନ୍ତି ।
ତେବେ ଏହାକୁ ନେଇ ପ୍ରଶାନ୍ତ ଓ ତାଙ୍କ ପିଲାମାନେ କୁହନ୍ତି, ଏହି ପ୍ରତିମୂର୍ତ୍ତି କିରଣଙ୍କ ଉପସ୍ଥିତି ଜାହିର କରୁଛି । ସେମାନଙ୍କୁ ଲାଗୁଛି ତାଙ୍କ ମା ଏବେ ବି ଜୀବିତ ଅଛନ୍ତି । ଖାଲି ସେତିକି ନୁହେଁ, ପ୍ରତିଦିନ ଯେପରି ଜଣେ ସଧବା ନାରୀ ସଜେଇ ହୁଏ, ସେହିପରି ଝିଅମାନେ ତାଙ୍କ ମା'ଙ୍କୁ ପ୍ରତିଦିନ ପ୍ରତିଦିନ ଶ୍ରୀଙ୍କାର କରିବା ସହ ତାଙ୍କ ଚୁଟି କୁଣ୍ଡାଇଦେବା, ତାଙ୍କୁ ଶାଢୀ ପିନ୍ଧାଇଦେବା ଭଳି କାମ କରିଥାନ୍ତି । ଏହାକରି ସେମାନଙ୍କୁ ଲାଗେ ଯେପରି ତାଙ୍କ ମା' ସେମାନଙ୍କ ପାଖରେ ଅଛି ।
Powered by Froala Editor