ଯୁକ୍ତ ଦୁଇ ପରୀକ୍ଷା ତାରିଖ ହେଲା ଘୋଷଣା, ଦୁଇ ଭାଗରେ ହେବ ପରୀକ୍ଷା

ଭୁବନେଶ୍ୱର:ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ। ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା। ଏଥର ଯୁକ୍ତ ଦୁଇ ପରୀକ୍ଷା ଦୁଇ ଭାଗରେ ହେବ। ଇଣ୍ଟରନାଲ ଓ ମେନ ପରୀକ୍ଷା। ଇଣ୍ଟରନାଲ ଡ଼ିସେମ୍ବର ୨୬ ରୁ ୩୦ ଯାଏଁ ହେବ ପରୀକ୍ଷା। ଜାନୁଆରୀ ୨ ରୁ ୧୨ ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଫେବୃଆରୀ ୧୫ ରୁ ମାର୍ଚ୍ଚ ୨୦ ଭିତରେ ମେନ ପରୀକ୍ଷା ହେବ। ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ। ଫର୍ମ ଫିଲ ଅପ ଚାଲିଛି। ଯେଉଁମାନେ କରି ନାହାନ୍ତି, ଫାଇନ ଡେଟରେ କରିବେ। ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ଦିନ ଭିତରେ ବାହାରିବ। ବର୍ତ୍ତମାନ ଫର୍ମ ଫିଲ ଅପ୍ ଚାଲିଥିବା ବେଳେ ୭୫ପ୍ରତିଶତ ଉପସ୍ଥାନ ନଥିଲେ ଆଡମିଟ କାର୍ଡ ମିଳିବନି ବୋଲି କୁହାଯାଇଛି। ଏହାସହିତ କିଛି କଲେଜରେ କେଉଁଠି ପିଲାମାନଙ୍କ ଉପସ୍ଥାନ କମ ଥିବ ସେମାନଙ୍କୁ ଶ୍ରେଣୀଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରିବାକୁ କୁହାଯାଇଛି।
Powered by Froala Editor