ବିରୋଧୀଙ୍କ ଅଭିଯୋଗ ପ୍ରସଙ୍ଗରେ ଜବାବ ରଖିଲେ ମନମୋହନ, କହିଲେ ଏମିତି....
ଭୁବନେଶ୍ୱର: ରାଜଭବନ ଝାଡ଼ଖଣ୍ଡ ୱାରରୁମ ସାଜିଥିବା ବିରୋଧୀଙ୍କ ଅଭିଯୋଗ ପ୍ରସଙ୍ଗରେ ଜବାବ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜନୀତିକୁ ରାଜଭବନ ଟଣାନଯାଉ ବୋଲି ସେ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ରାଜନୀତି ପାଇଁ ଖୋଲା ହୃଦୟ ଲୋଡ଼ା । ସଂକୀର୍ଣ୍ଣତାରୁ ଊଦ୍ଧ୍ୱର୍ରେ ଯାଇ ରାଜନୀତି ହେଉ । ରାଜନୀତି ପାଇଁ ଯଥେଷ୍ଟ ମୈଦାନ ଅଛି । ରାଜଭବନକୁ ଟଣାନଯାଉ ବୋଲି ମନମୋହନ ସାମଲ କହିଛନ୍ତି ।
ପ୍ରକାଶ ଯେ ରାଜଭବନ ପାଲଟିଛି ରାଜନୈତିକ ଆଡ୍ଡାସ୍ଥଳୀ । ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାର ରୁମ ପାଲଟିଛି କି ବୋଲି ବିଜେଡ଼ି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛି। ଯାହାର ମୁଖ୍ୟ ରାଜ୍ୟପାଳ। ସେ ଏହା ସ୍ପଷ୍ଟ କରନ୍ତୁ ଏଥିରେ ସମ୍ପୃକ୍ତ ଅଛନ୍ତି କି ନାହିଁ। ସେ ଝାଡ଼ଖଣ୍ଡର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବା ରେଶରେ ଅଛନ୍ତି କି ବୋଲି ବିଜେଡ଼ି ପ୍ରଶ୍ନ କରିଛି। ବିଜେପି ନେତା ଯେଉଁ ତାଙ୍କୁ ଭେଟୁଛନ୍ତି, ତାହା ବ୍ୟକ୍ତିଗତ ନା ରାଜନୈତିକ ? ଆମକୁ ଏହା ରାଜନୈତିକ ଲାଗୁଛି ବୋଲି ବିଜେଡ଼ି କହିଛି। କେବେ ରାଜ୍ୟପାଳଙ୍କ ପୁଅ ଉପରେ ଆକ୍ସନ ନେବେ ମୁଖ୍ୟମନ୍ତ୍ରୀ ଏ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।
ରାଜ୍ୟପାଳ ଓ ରାଜଭବନ ରାଜନୀତିରୁ ଉପରେ। ହେଲେ ଗତ କିଛି ଦିନରୁ ଏହା ପଲିଟିକାଲ ହବ ପାଲଟିଲାଣି । ନିର୍ବାଚନ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସିଲେ କି ବ୍ୟକ୍ତିଗତ କାମ, ତାହା କହିଲେନି। ବ୍ୟକ୍ତିଗତ ଜଣା ପଡିଲା ଯେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡ଼ଖଣ୍ଡ ପ୍ରଚାର ପାଇଁ ଗଲେ। ଭେଙ୍କିଆ ନାଇଡ଼ୁ ଏବେ ରାଜଭବନରେ ରହିଲେ। ହିମନ୍ତ କେବଳ ମିଛ କହିଥିଲେ। ନିର୍ବାଚନ ପୂର୍ବରୁ ଭାଷଣ ଦେଲେ ସୁଭଦ୍ରା ଟଙ୍କା ସମସ୍ତେ ପାଇବେ। ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଇଝଙ ଙ୍କୁ ମାଡ଼ ମାରିଲେ। ସେ ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ। ନା ୧୫ ଦିନ ରିପୋର୍ଟ ଆସିଲା ନା ଏକ ମାସରେ। କାହିଁକି ମୁହଁ ଖୋଲୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ଆକ୍ସନ ନେଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ବୋଲି ବିଜେଡ଼ି ପ୍ରଶ୍ନ କରିଛି।ରାଜଭବନରୁ ଅଘୋଷିତ ନିର୍ଦ୍ଦେଶ ଆସିଛି ଝାଡ଼ଖଣ୍ଡରେ ପ୍ରଚାର କରିବାକୁ। ରାଜ୍ୟପାଳ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ହେଲେ ଆଗ କାର୍ୟ୍ୟାନୁଷ୍ଠାନ ନେଇ ଏଏସଓ ଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି।
Powered by Froala Editor