ଶିକ୍ଷକଙ୍କ ପୂରା ପରିବାରକୁ ଗୁଳି କରି ମାରିଦେଲେ, ୨ ଶିଶୁଙ୍କୁ ବି ଛାଡିଲେନି

ଉତ୍ତରପ୍ରଦେଶର ଆମେଥିରୁ ଏକ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି । ସରକାରୀ ସ୍କୁଲ ଶିକ୍ଷକଙ୍କ ସହିତ ପତ୍ନୀ ଏବଂ 2 ଛୁଆଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣା ପରେ ସ୍ଥାନୀୟ ଲୋକ ମାନେ ଭୟଭୀତ ହୋଇ ପଡ଼ିଛନ୍ତି ।
ଏହି ଘଟଣା ଆମେଥିର ଶିବରତନଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଭବାନୀ ନଗର ଛକରେ ଘଟିଥିବା କୁହାଯାଉଛି । ଶିକ୍ଷକ ସୁନୀଲ କୁମାର ସିଂହପୁର ବ୍ଲକର ପାନହୌନା ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ଥିଲେ । ସୁନୀଲଙ୍କୁ ପନହୌନାର କମ୍ପୋଜିଟ୍ ସ୍କୁଲରେ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ତାଙ୍କ ପତ୍ନୀ, ୬ ବର୍ଷର ଝିଅ ଏବଂ ୨ ବର୍ଷର ପୁଅ ସହିତ ଏକ ଭଡାଘରେ ଏଠାରେ ରହୁଥିଲେ । ଏଠାରେ ପୂରା ପରିବାରକୁ ଗୁଳିକରି ହତ୍ୟା କରାଯାଇଛି । ତେବେ ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛି ପୋଲିସ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀ ମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଦୋଷୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।
ତେବେ କେଉଁ ପରିସ୍ଥିତିରେ ଏଭଳି ମର୍ମମ ଭାବେ ହତ୍ୟା କରାଗଲା ସେନେଇ କୌଣସି ସଠିକ ସୂଚନା ମିଳିପାରିନଥିବା ବେଳେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
Powered by Froala Editor