ଶେୟାର ବଜାର ଉପରେ ଯୁଦ୍ଧର ପ୍ରଭାବ : ୧୦.୭ ଲକ୍ଷ କୋଟି ଟଙ୍କା ବୁଡିଲା
ମଧ୍ୟପ୍ରାଚ୍ୟର ଯୁଦ୍ଧ ସ୍ଥିତିର ପ୍ରଭାବ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି। ଭାରତୀୟ ଶେୟାର ବଜାର ଧରାସାୟୀ ହୋଇପଡିଛି । ସେନସେକ୍ସ ୧୮୦୦ ଏବଂ ନିଫ୍ଟିରେ ୫୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଏହା ଚଳିତ ବର୍ଷର ଚତୁର୍ଥ ବଡ ହ୍ରାସ ବୋଲି କୁହାଯାଉଛି ।
ବ୍ୟାଙ୍କିଙ୍ଗ, ଏଫଏମସିଜି, ଅଟୋ ଏବଂ ଆଇଟି ଶେୟାର ଗୁଡିକର ଅତ୍ୟାଧିକ ବିକ୍ରୟ ହେତୁ ବଜାରରେ ଏହି ହ୍ରାସ ଘଟିଛି। ୧୧୭୦ ପଏଣ୍ଟ ହ୍ରାସ ସହିତ ନିଫ୍ଟି ବ୍ୟାଙ୍କ କାରବାର କରୁଛି। ମିଡକ୍ୟାପ୍ ଏବଂ ସ୍ମଲ କ୍ୟାପ୍ ଶେୟାର ମଧ୍ୟ ହ୍ରାସ ଘଟିଛି। ସେନସେକ୍ସ ବର୍ତ୍ତମାନ ୧୮୦୦ ପଏଣ୍ଟ ହ୍ରାସ ସହିତ ୮୨,୪୬୬ ରେ କାରବାର କରୁଛି ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୫୦ ପଏଣ୍ଟ ହ୍ରାସ ସହିତ ୨୫,୨୪୦ ପଏଣ୍ଟରେ କାରବାର କରୁଛି।
ବଜାର ହ୍ରାସର ସୁନାମି ଯୋଗୁଁ ନିବେଶକମାନେ ବହୁ କ୍ଷତି ସହିଛନ୍ତି। ବିଏସଇରେ ତାଲିକାଭୁକ୍ତ ଷ୍ଟକଗୁଡିକର ମାର୍କେଟ କ୍ୟାପ୍ ୧୦.୫୮ ଲକ୍ଷ କୋଟି ହ୍ରାସ ପାଇ ୩୬୪.୨୮ ଲକ୍ଷ କୋଟିରେ ପହଞ୍ଚିଛି ଯାହା ଗତ ଅଧିବେଶନରେ ୩୭୪.୮୬ ଲକ୍ଷ କୋଟି ଥିଲା।
ଖବର ଅନୁସାରେ, ଷ୍ଟକ ମାର୍କଟ କ୍ରାସରେ ୧୦.୭ ଲକ୍ଷ କୋଟି ଟଙ୍କା ପାଣିରେ ବୁଡିଲା ଭଳି ମନେହେଉଛି । ଅନ୍ୟପଟେ ଜେଏସଡବ୍ଲୁ ଷ୍ଟିଲର ସେୟାର ଗୁଡିକ ୧.୩୩ ପ୍ରତିଶତ ବୃଦ୍ଧି ପାଇଥିଲା ।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତାର ପ୍ରଭାବ ସମଗ୍ର ବିଶ୍ୱରେ ଥିବା ଷ୍ଟକ୍ ଉପରେ ଦେଖିବାକୁ ମିଳିଛି ଏବଂ ଭାରତୀୟ ଷ୍ଟକ୍ ମାର୍କେଟ୍ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ମଧ୍ୟପ୍ରାଚ୍ୟର ଉତ୍ତେଜନା କାରଣରୁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି। ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିଛି ଯାହା କାରଣରୁ ଭାରତୀୟ ବଜାର ହ୍ରାସ ପାଇଛି।
Powered by Froala Editor