ବିଶ୍ୱରେ ନୁହେଁ, ଚନ୍ଦ୍ର ଉପରେ ବି ପଡ଼ିଥିଲା ଲକଡାଉନ ପ୍ରଭାବ
କରୋନା ମହାମାରୀ ୨୦୨୦ରେ ଆତଙ୍କ ଖେଳାଇ ଦେଇଥିଲା। ଏହି ସମୟରେ ସମଗ୍ର ବିଶ୍ୱରେ ଲକ ଡାଉନ କରାଯାଇଥିଲା। ତେବେ ଏହି ଲକ ଡାଉନର ପ୍ରଭାବ ଚନ୍ଦ୍ର ଉପରେ ବି ପଡ଼ିଥିଲା । ଭାରତୀୟ ଅନୁସନ୍ଧାନକାରୀମାନେ ମଧ୍ୟ ଏହାର ପ୍ରମାଣ ପାଇଛନ୍ତି।
ଏପ୍ରିଲ ଏବଂ ମେ ମାସରେ ଲାଗୁ ହୋଇଥିଲା କଡ଼ା ଲକଡାଉନ୍ । ସେହି ସମୟରେ ଚନ୍ଦ୍ରର ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ କମ୍ ହୋଇଯାଇଥିଲା । ଫିଜିକାଲ୍ ରିସର୍ଚ୍ଚ ଲାବ୍ରୋଟୋରୀର କେ ଦୁର୍ଗା ପ୍ରସାଦ ଏବଂ ଜି ଆମ୍ବିଲି ୨୦୧୭ ରୁ ୨୦୨୩ ମଧ୍ୟରେ ଚନ୍ଦ୍ରରେ ବିଭିନ୍ନ ସ୍ଥାନର ତାପମାତ୍ରାର ବିବରଣୀ ସଂଗ୍ରହ କରିଥିଲେ । ପିଆରଏଲର ନିର୍ଦ୍ଦେଶକ ଅନିଲ ଭରଦ୍ୱାଜ କହିଛନ୍ତି ଯେ, ତାଙ୍କ ଗ୍ରୁପ୍ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ଏବଂ ଏହା ଏକ ଭିନ୍ନ ଗବେଷଣା ।
ଫିଜିକାଲ ରିସର୍ଚ୍ଚ ଲାବୋରେଟୋରୀ (ପିଆରଏଲ) ର ଗବେଷକ ଦୁର୍ଗା ପ୍ରସାଦ ଏବଂ ଜି ଆମ୍ବିଲି ୨୦୧୭ରୁ ୨୦୨୩ମଧ୍ୟରେ ଚନ୍ଦ୍ରର ନିକଟବର୍ତ୍ତୀ ୬ଟି ସ୍ଥାନରେ ରାତିର ସମୟର ତାପମାତ୍ରା ବିଶ୍ଳେଷଣ କରିଥିଲେ। ଏହି ସମୟ ମଧ୍ୟରେ ସେ ଜାଣିବାକୁ ପାଇଲେ ଯେ ଲକ ଡାଉନ ସମୟରେ ତାପମାତ୍ରା ଅନ୍ୟ ବର୍ଷ ତୁଳନାରେ ୮-୧୦ କେଲଭିନ ହ୍ରାସ ପାଇଛି।
ଏଥିପାଇଁ ଗବେଷକମାନେ ନାସାର ଲୁନାର ରେକନାନ୍ସାନ୍ସ ଅର୍ବିଟର (Lunar Reconnaissance Orbiter (LRO)) ରୁ ତଥ୍ୟର ସାହାଯ୍ୟ ନେଇଥିଲେ।
ପିଆରଏଲର ନିର୍ଦ୍ଦେଶକ ଅନିଲ ଭରଦ୍ୱାଜ କହିଛନ୍ତି ଯେ ଏହା ଆମ ଟିମ୍ ଦ୍ୱାରା କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ। ଲକ ଡାଉନ ସମୟରେ ସମଗ୍ର ବିଶ୍ୱରେ ସମସ୍ତ କାରଖାନା, କାର, ବିଭିନ୍ନ ଯାନବାହାନ ଏବଂ ଅନ୍ୟାନ୍ୟ ପ୍ରଦୂଷଣ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଲୋକମାନେ ଘରୁ ବାହାରକୁ ଆସିପାରିନଥିଲେ। ଏହି ସମୟରେ, ପ୍ୟଥିବୀରେ ରେଡିଏଶନ କମ ହୋଇଥିଲା, ଫଳରେ ଚନ୍ଦ୍ରମାରେ ତାପମାତ୍ର କମି ଯାଇଥିଲା।
Powered by Froala Editor