ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା। ଏଥିପାଇଁ ବେଙ୍ଗାଲୁରୁର ସ୍ବତନ୍ତ୍ର କୋର୍ଟ ଆଦେଶ ଦେଇଛନ୍ତି। ନିର୍ବାଚନୀ ବଣ୍ଡ ଜରିଆରେ ଜୋରଜବରଦସ୍ତି ଚାନ୍ଦା ଆଦାୟ ଅଭିଯୋଗରେ ଏହି ମାମଲା ରୁଜୁ ହେବ।
ଜନାଧିକାର ସଂଘର୍ଷ ପରିଷଦ(JSP)ର ସହ ଅଧ୍ୟକ୍ଷ ଆଦର୍ଶ ଆୟର ବେଙ୍ଗାଲୁରୁରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବି କରିଥିଲେ ।
ଆଦର୍ଶ ଆୟରଙ୍କ ଅଭିଯୋଗ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଲୋକଙ୍କୁ ଡରାଇ, ଧମକାଇ ଜବରଦସ୍ତି ଚାନ୍ଦା ଆଦାୟ କରୁଥିଲେ । ସୂତ୍ରରୁ ପ୍ରକାଶ ଆବେଦନ ଉପରେ ଶୁଣାଣି କରି ACMM କୋର୍ଟ ବେଙ୍ଗାଲୁରୁର ତିଲକ ନଗର ପୋଲିସ ଷ୍ଟୋସନକୁ ଏହି ମାମଲାରେ ଏକ FIR ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ FIRର ଏକ କପି ଏବଂ ରେକର୍ଡ଼ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ନେତାଙ୍କ ବିରୋଧରେ ମଧ୍ୟ ଏଫଆଇଆର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ତିଳକ ନଗର ପୁଲିସ୍ ଏବେ ସୀତାରମଣ ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିବ।
Powered by Froala Editor