ଶୀଘ୍ର ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ !
ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶୀଘ୍ର ଶେଷ ହେବ। ନିକଟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ମସ୍କୋ ଗସ୍ତ ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ନ୍ୟୁୟର୍କରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ଯୁଦ୍ଧକୁ ଶେଷ କରିବା ପାଇଁ ଉଭୟ ଦେଶର ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମୋଦି ତାଙ୍କର ତିନି ଦିନିଆ ଆମେରିକା ଗସ୍ତର ଶେଷ ଦିନ ସୋମବାର ନ୍ୟୁୟର୍କରେ ୟୁକ୍ରେନର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏପରି ପରିସ୍ଥିତିରେ, ଯୁଦ୍ଧ ସମାପ୍ତ ହେବାର ସୁସମାଚାର ଶୀଘ୍ର ବିଶ୍ୱ ପାଇବ ବୋଲି ଅସ୍ବୀକାର କରାଯାଇପାରିବ ନାହିଁ।
ଗତ ମାସରେ ୟୁକ୍ରେନ ଗସ୍ତ କରିବା ପରେ ଏହା ଦ୍ୱିତୀୟ ଥର ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ୟୁକ୍ରେନ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା। ଗତ ଦୁଇ ମାସ ମଧ୍ୟରେ ଦୁଇ ନେତା ତୃତୀୟ ଥର ପାଇଁ ସାକ୍ଷାତ କରୁଛନ୍ତି। କିଭ୍ ସେନାକୁ ସହଯୋଗୀ ଦେଶ ଶକ୍ତିଶାଳୀ କରାଇଲେ ଯୁଦ୍ଧ ଖୁବଶୀଘ୍ର ଶେଷ ହୋଇଯିବ ବୋଲି ଦାବି କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ସେ 'ବିଜୟ ଯୋଜନା' ସଂପର୍କିତ ଦସ୍ତାବିଜ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
କେବଳ ବାଇଡେନ୍ ନୁହେଁ ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ୟୁକ୍ରେନ୍ର ଭିକ୍ଟ୍ରିପ୍ଲାନ୍ ଦେଇପାରନ୍ତି ଜେଲେନସ୍କି । ଆମେ ଯୁଦ୍ଧ ସମାପ୍ତିର ନିକଟତର ହୋଇଛି । ହେଲେ ଆମକୁ ଖୁବ ଶକ୍ତିଶାଳୀ ହେବାକୁ ପଡ଼ିବ ବୋଲି ଜେଲେନସ୍କି କହିଛନ୍ତି ।
Powered by Froala Editor