ଫ୍ରିଜ୍ରେ ଯୁବତୀଙ୍କ ଖଣ୍ଡ ଖଣ୍ଡ ମୃତଦେହ
ବେଙ୍ଗାଲୁରୁରେ ଫ୍ରିଜ ଭିତରୁ ମିଳିଲା ଜଣେ ୨୬ ବର୍ଷୀୟ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ଏଭଳି ମାମଲା ପୂରା ସହରରେ ଏବେ ଚାଞ୍ଚଲ୍ୟ ଖେଳିଯାଇଛି । ଦ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ ଏହି ହତ୍ୟା ପ୍ରାୟ ୧୫ଦିନ ପୂର୍ବରୁ ହୋଇଥିଲା ।
ବେଙ୍ଗାଲୁରୁର ଭୟାଲିକାଭାଲ ଠାରେ ଥିବା ଗୋଟିଏ ଆପାର୍ଟମେଣ୍ଟରେ ଏପରି ଘଟଣା ଘଟିଛି। ଏଠାରେ ଥିବା ଆପାର୍ଟମେଣ୍ଟର ଗୋଟିଏ ରୁମ ଭିତରୁ ଦୁର୍ଗନ୍ଧ ବାହାରୁଥିଲା। ତେଣୁ ପଡ଼ୋଶୀମାନେ ଏହାର ଯାଞ୍ଚ କରିବାକୁ ପୁଲିସ୍କୁ ଡାକିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ମୃତଦେହକୁ ୩୦ ଖଣ୍ଡ କରି ଫ୍ରିଜ ଭିତରେ ରଖାଯାଇଥିଲା। ଯୁବତୀ ଜଣଙ୍କ ବେଙ୍ଗାଲୁରୁରେ ରହୁଥିଲେ। କିନ୍ତୁ ସେ ଆଉ ଗୋଟିଏ ରାଜ୍ୟର ମୂଳବାସିନ୍ଦା ବୋଲି ଅତିରିକ୍ତ ପୁଲିସ କମିଶନର(ପଶ୍ଚିମ) ସତୀଶ କୁମାର କହିଛନ୍ତି।
ମୃତକଙ୍କ ଘର ଲୋକ ଆସିବା ପରେ ହତ୍ୟା ବିଷୟରେ ଜଣାପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ଅନୁସାରେ ଗତ କିଛି ଦିନରୁ ଘର ଭିତରୁ ଦୁର୍ଗନ୍ଧ ଆସୁଥିଲା । ଫଳରେ ଘରର ତାଲା ଭାଙ୍ଗି ଘର ଭିତରକୁ ଯିବା ଦ୍ବାରା ହତ୍ୟା ବିଷୟରେ ଜଣାପଡ଼ିଥିଲା । କୁହାଯାଉଛି କି ଉକ୍ତ ଯୁବତୀ ୩ମାସ ପୂର୍ବରୁ ହିଁ ଏହି ସ୍ଥାନରେ ଭଡ଼ାରେ ରହିବାକୁ ଆସିଥିଲେ ।
Powered by Froala Editor