'ନନ୍ଦନକାନନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏହାର ସୌନ୍ଦର୍ଯ୍ୟକରଣର ବୃଦ୍ଧି ନିତାନ୍ତ ଆବଶ୍ୟକ'
(ନନ୍ଦନକାନନ) “ଆଂଚଳିକ ବିକାଶ କମିଟି” ପକ୍ଷରୁ ମଲ୍ଲିକ ଗାଡେର଼୍ନ, ନନ୍ଦନକାନନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଟଣୀ ବିଧାୟକ ତଥା “ଆଂଚଳିକ ବିକାଶ କମିଟି”ର ମୁଖ୍ୟ ଉପଦେଷ୍ଟା ସୁରେଶ କୁମାର ରାଉତରାୟ କହିଲେ ଯେ ବିଶ୍ୱପ୍ରସିଦ୍ଧ ନନ୍ଦନକାନନକୁ ଅଧିକ ଆକର୍ଷଣୀୟ କରିବାପାଇଁ ଏବଂ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏହାର ସୌନ୍ଦର୍ଯ୍ୟକରଣର ବୃଦ୍ଧି ନିତାନ୍ତ ଆବଶ୍ୟକୀୟ ହୋଇପଡ଼ିଛି । ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରତି ରାଜ୍ୟ ସରକାର ସଠିକ୍ ଦୃଷ୍ଟି ଦେଉନାହାନ୍ତି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି । ଅନେକ ସମୟରେ ଏଠାରେ ପଶୁ ଓ ପକ୍ଷୀ ମଡ଼କକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ତୁରନ୍ତ ତପôରତା ପରିଲକ୍ଷିତ ହେଉନାହିଁ । ସେମାନଙ୍କ ତୁରନ୍ତ ଚିକିତ୍ସା ପ୍ରତି ସରକାର ସଚେତନ ରୁହନ୍ତୁ । ନୂତନ ପଶୁପକ୍ଷୀ ଓ ସରୀସୃପ ଏବଂ ସର୍ପ ଅଣାଯାଇ ସେମାନଙ୍କର ରହିବା ନିମନ୍ତେ ଅଧିକ ଘର, ବିଦୁ୍ୟତ କରଣ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଉ । ଐତିହାସିକ ଚୁଡ଼ଙ୍ଗଗଡ଼କୁ ନନ୍ଦନକାନନର ପରିସରଭୁକ୍ତ କରାଯାଉ ଏବଂ ଏହାର ସୌନ୍ଦର୍ଯ୍ୟକରଣ କରାଯାଉ । ନନ୍ଦନକାନନ ହ୍ରଦ ନନ୍ଦନକାନନର ଶୋଭାବର୍ଦ୍ଧନ କରେ ଏବଂ ଏହା ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଆକର୍ଷଣୀୟ କେନ୍ଦ୍ର ଥିଲା । ଏହାର ପୁନଃରୁଦ୍ଧାର କରାଯାଇ ବୋଟ ଚଲାଯାଉ ଏବଂ ରୋପୱେକୁ କାର୍ଯ୍ୟକ୍ଷମ କରାଯିବା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଉଛି । ଟୟ ଟ୍ରେନ ମଧ୍ୟ ଅଚଳ ହୋଇପଡ଼ିଛି । ଏହାକୁ କାର୍ଯ୍ୟକ୍ଷମ କରାଯାଉ ।
Powered by Froala Editor