ଜିଲ୍ଲା ମୁଖ୍ୟାଳୟ ଗୁଡିକରେ ଖୁବଶୀଘ୍ର ହେବ ମେଡିକାଲ କଲେଜ
ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ। ତାଲଚେର ଓ କନ୍ଧମାଳରେ ପାଇପଲାଇନରେ ଅଛି ମେଡ଼ିକାଲ କଲେଜ। ବାକି ଜିଲ୍ଲା ମୁଖ୍ୟାଳୟ ଗୁଡିକରେ ଖୁବଶୀଘ୍ର ମେଡିକାଲ କଲେଜ ହେବ। ଏ ନେଇ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଅବସର ପରେ ବି ମେଡ଼ିକାଲ କଲେଜରେ ପାଠ ପଢାଇବେ ଅଧ୍ୟାପକ।
ଏନେଇ ଉଦ୍ୟମ ଆରମ୍ଭ କରିଛି ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ। ଦେଶ ବାହାରର ବିଭିନ୍ନ ବିଶ୍ବବିଦ୍ୟାଳୟର ଅଧ୍ୟାପକ ପାଠ ପଢାଇବେ।
Powered by Froala Editor