ବିଜେପି ଘୋଷଣା କଲା ରାଜ୍ୟ ଅଧ୍ୟକ୍ଷ ଓ ସଂଯୋଜକଙ୍କ ନାମ
ଭୁବନେଶ୍ୱର:ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ଏବଂ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଦଳ ପକ୍ଷରୁ ୩ଟି କମିଟି ଗଠନ କରାଯାଇଛି । ସହରାଞ୍ଚଳ, ପଞ୍ଚାୟତ ଏବଂ ସୀମା ସୁରକ୍ଷା ରାଜ୍ୟ କମିଟି ପାଇଁ ଅଧ୍ୟକ୍ଷ ଓ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି । ସହରାଞ୍ଚଳ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ ଓ ସଂଯୋଜକ ଭାବେ ଡ.କୃଷ୍ନଚନ୍ଦ୍ର ମହାପାତ୍ର; ପଞ୍ଚାୟତ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ସଂଯୋଜକ ଭାବେ ଶଙ୍କର ପରିଡା, ସୀମା ସୁରକ୍ଷା କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ସଂଯୋଜକ ଭାବେ ସଞ୍ଜିବ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଅଛି ।
Powered by Froala Editor