ଗଣେଶ ପୂଜା ପରେ ଦୁର୍ଗା ପୂଜା : ଭସାଣିରେ ବାଜିବନି ଡିଜେ
ଗଣେଶ ପୂଜା ପରେ ଦୁର୍ଗା ପୂଜା ପାଇଁ ମଧ୍ୟ ଜାରି ହୋଇ ନିର୍ଦ୍ଦେଶନାମା । ଏଥର କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବ ନାହିଁ। ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ପୁଲିସ କମିସନର ଏନେଇ ସୂଚନା ଦେଇଛନ୍ତି।
ଚଳିତବର୍ଷ ଦୁର୍ଗାପୂଜା ଭସାଣି ସମୟରେ କୌଣସି ପ୍ରକାରର ଡିଜେ ବାଜିବାକୁ ଅନୁମତି ଦିଆଯାଇ ନାହିଁ । ତେବେ ଭସାଣି ସମୟରେ ବକ୍ସ ବଜାଇବା ନେଇ ଗ୍ରୀନ ସିଗନାଲ ଦେଇଛି ଶାନ୍ତି କମିଟି । କିନ୍ତୁ ଡିଜେ ବଜାଇବା ପାଇଁ ବାରଣ କରାଯାଇଛି । ସେହିପରି ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହାପରେ କାର୍ଯ୍ୟକ୍ରମ ଜାରି ରହିଲେ, ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଏହାବ୍ୟତୀତ ଜବରଦସ୍ତ ଚାନ୍ଦା ମାଗିବା ଉପରେ ମଧ୍ୟ କଟକଣା ଜାରି ହୋଇଛି । ଏଭଳି ଅଭିଯୋଗ ଆସିଲେ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପୁଲିସ କମିସନରଙ୍କ ସୂଚନା ମୁତାବକ ଅକ୍ଟୋବର ୧୪ରେ ଭସାଣି ଶୋଭାଯାତ୍ରା ହେବ। ଶୋଭାଯାତ୍ରାରେ ୬ଟି ବକ୍ସ ହିଁ ବଜାଇପାରିବେ। ଡିଜେ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି।
ସୂଚନାଯୋଗ୍ୟ ପୂର୍ବରୁ କମିସନରେଟ ପୁଲିସ ଗଣେଶ ପୂଜାଭସାଣିକୁ ଅନୁମତି ଦେଇ ନାହିଁ। ପାରଂପରିକ ବାଦ୍ୟରେ ଗଣେଶ ମୂର୍ତ୍ତି ଭସାଣି କରିବାକୁ ଅନୁମତି ଦେଇଛି।
Powered by Froala Editor