ଅଙ୍ଗନବାଡ଼ି ଓ ଆଶାକର୍ମୀ ବି ସୁଭଦ୍ରା ଯୋଜନା ପାଇଁ କରିପାରିବେ ଆବେଦନ
ଭୁବନେଶ୍ବର : ସୁଭଦ୍ରା ଯୋଜନାର ଆନୁଷ୍ଠାନିକ ମାର୍ଗଦର୍ଶିକା ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଅଙ୍ଗନବାଡ଼ି, ଆଶାକର୍ମୀ, ସିଆର୍ପି, ଏମ୍ବିକେ ବି ସୁଭଦ୍ରା ପାଇଁ ଆବେଦନ କରିପାରିବେ। ଏଥି ସହିତ ଆଉଟସୋର୍ସିଂ ଏଜେନ୍ସିରେ ନିଯୁକ୍ତ ମହିଳା ବି ସୁଭଦ୍ରା ଯୋଜନାରେ ଟଙ୍କା ପାଇବେ ବୋଲି ରାଜ୍ୟ ସରକାର ତାଙ୍କ ମାର୍ଗଦର୍ଶିକାରେ ଉଳ୍ଲେଖ କରିଛନ୍ତି।
ଏହି ମାର୍ଗଦର୍ଶିକା ଅନୁଯାୟୀ ଯେଉଁ ମହିଳାମାନେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଅନ୍ତର୍ଗତ କୌଣସି ଆର୍ଥିକ ସହାୟତା ଯଥା ପେନସନ, ଛାତ୍ରବୃରି ଇତ୍ୟାଦି ପ୍ରତି ମାସରେ ୧୫୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଓ ବାର୍ଷିକ ୧୮୦୦୦ ଟଙ୍କା କିମ୍ବା ଅଧିକ ପାଉଥିବେ, ସେମାନେ ଅଯୋଗ୍ୟ ଘୋଷିତ ହେବେ । କିନ୍ତୁ ଅଙ୍ଗନବାଡିକର୍ମୀ / ସହାୟିକା, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବ୍ଲକ କିପର (ଏମ୍ବିକେ) ଓ ଆଉଟସୋରସିଙ୍ଗ ଏଜେସି ଦ୍ଵାରା ନିଯୁକ୍ତ ମହିଳାମାନେ ମାର୍ଗଦର୍ଶିକାରେ ଥିବା ଅନ୍ୟ ସମସ୍ତ ମାନଦଣ୍ଡ ହିସାବରେ ଯୋଗ୍ୟ ହେଉଥିଲେ । ସେମାନେ ମଧ୍ୟ ସୁଭଦ୍ରା ଯୋଜନାର ଆବେଦନ କରିପାରିବେ।
Powered by Froala Editor