ବୟସ୍କ ବ୍ୟକ୍ତିଙ୍କୁ ବାର୍ଷିକ କୋଭିଡ ବୁଷ୍ଟର ଡୋଜ ଆବଶ୍ୟକ : ‘ହୁ’
ନୂ୍ଆଦିଲ୍ଲୀ : ବୟସ୍କ ଏବଂ ଅଧିକ ସ୍ୱାସ୍ଥ୍ୟ ସଙ୍କଟ ଥିବା ବ୍ୟକ୍ତି ଯେଉଁମାନେ କି ଅତି ସହଜରେ ରୋଗର ଶିକାର ହୋଇପାରନ୍ତି ସେମାନଙ୍କ ପାଇଁ ବାର୍ଷିକ ବୁଷ୍ଟର ଡୋଜ ଆବଶ୍ୟକ ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ପକ୍ଷରୁ ଏହି ଆକଳନ କରାଯାଇଛି । ‘ହୁ’ର ଏହି ଆଳକନ ଏକ ରିପୋର୍ଟରେ ଅନ୍ତର୍ଭୁକ୍ତ ଥିବା ସୂଚନା ମିଳିଛି ଏବଂ ଖୁବ ଶୀଘ୍ର ଏହା ଉପରେ ଏକ ବୋର୍ଡ୍କ ମିଟିଂରେ ଆଲୋଚନା ହୋଇପାରେ । ଟିକା ନିର୍ମାତା ମଡର୍ଣ୍ଣା, ଫାଇଜର ଏବଂ ବାୟୋଏନଟେକ ମଧ୍ୟ ପୂର୍ବରୁ କହିସାରିଛନ୍ତି ଯେ, ବିଶ୍ୱ ଖୁବ ଶୀଘ୍ର ବୁଷ୍ଟର ଡୋଜ ଆବଶ୍ୟକ କରିପାରେ । କିନ୍ତୁ ଏନେଇ କିଛି ସ୍ପଷ୍ଟ ପ୍ରମାଣ ଏଯାବତ ମିଳିନାହିଁ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅସୁସ୍ଥ ଏବଂ ବୟସ୍କଙ୍କ ପାଇଁ ପ୍ରତି ବର୍ଷ ବୁଷ୍ଟର ଡୋଜ ଏବଂ ସାଧାରଣ ଜନସାଧାରଣଙ୍କୁ ପ୍ରତି ୨ ବର୍ଷରେ ଥରେ ବୁଷ୍ଟର ଡୋଜ ଦେବାପାଇଁ ବିଚାରବିମର୍ଶ କରିପାରନ୍ତି ।
Powered by Froala Editor