ଆଡପ ପହଣ୍ଡି ଅଘଟଣ ଘଟଣାରେ ତଦନ୍ତ ଆରମ୍ଭ
ପୁରୀ: ଆଡପ ପହଣ୍ଡି ବେଳେ ବଡ ଠାକୁରଙ୍କୁ ପକାଇ ଦେବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଏକ ତିନି ଜଣିଆ କମିଟି ଘଟଣାରେ ତଦନ୍ତ କରୁଛି। ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ, ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପିଙ୍କୁ ଡାକି ପଚରାଉଚରା ଜାରି ରହିଛି। ଏପରିକି ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ବରିଷ୍ଠ ଦଇତାପତି ସେବକଙ୍କୁ ମଧ୍ୟରେ ଘଟଣାରେ ପଚରାଉଚରା କରାଯାଇଛି। ରଥଯାତ୍ରା ସମୟରେ ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ଆଡ଼ପ ପହଣ୍ଡି କରି ଯାଉଥିବାବେଳେ ବଡ ଠାକୁର ବଳଭଦ୍ର ଚାରମାଳ ଉପରେ ମୁହଁମାଡି ପଡି ଯାଇଥିଲେ । ଯାହାକୁ ନେଇ ପୁରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ଥିଲା। ହେଲେ ଘଟଣାକୁ ୨୪ ଦିନ ବିତିଗଲାଣି ହେଲେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ଯାହାକୁ ଗୁରୁତର ସହ ନେଇ ଆଜି ଏକ ୩ ଜଣିଆ ଟିମ୍ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ।
Powered by Froala Editor