ପୁଲିସ ଉପରକୁ ଗୁଳିମାଡ଼ କରି ଖସି ଯାଉଥିଲେ, ପୁଲିସ ଗୁଳିରେ ହେଲେ ଆହତ
କଟକ: ପୁଲିସ ଉପରକୁ ଗୁଳିମାଡ଼ କରି ଖସିଯିବାକୁ ଉଦ୍ୟମ କରିଥିବା ଜଣେ ଗୋରୁ ମାଫିଆ ପୁଲିସର ପାଲଟା ଜବାବରେ ଆହତ ହୋଇଛନ୍ତି। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଗୋରୁ ମାଫିଆ ଜଣଙ୍କ ସାନ୍ତରାପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ୩ଟି ପିକ୍ଅପ୍ରେ ଗୋରୁ ଚାଲାଣ କରାଯାଉଥିଲା। ହରିଚନ୍ଦନପୁର ଥାନା କୁଲାଢ଼ାବଣୀ ଗାଁ ନିକଟରେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଏହା ପରେ ସେମାନେ ପୁଲିସ ଉପରକୁ ଗୁଳି ଚଲାଇଥିଲେ। ଗୋରୁ ମାଫିଆଙ୍କ ଗୁଳିରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହାର କଡ଼ା ଜବାବ ଦେଇଥିଲା ପୁଲିସ୍। ପୁଲିସ୍ ଗୋରୁ ମାଫିଆଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥରେ ଜଣେ ଗୋରୁ ମାଫିଆ ଆହତ ହୋଇଛନ୍ତି। ପୁଲିସ୍ ୩ଟି ଯାକ ଗୋରୁ ଭର୍ତ୍ତି ପିକ୍ଅପ୍ ଭ୍ୟାନ ଜବତ କରିଥିବା ବେଳେ ୫ ଜଣଙ୍କୁ ଅଟକ ରଖି ଜେରା କରୁଛି।
Powered by Froala Editor