ବଦଲଫଟା ବର୍ଷା ଯୋଗୁ ୧୪ ଜଣଙ୍କ ମୃତ୍ୟୁ
ହିମାଚଳ ପ୍ରଦେଶରେ ପୁଣି ଥରେ ପ୍ରକୃତି ତାଣ୍ଡବ ରଚିଛି। ବାଦଲ ଫଟା ବର୍ଷା ହୋଇ ୧୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ନିଖୋଜ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏନ୍ଡିଆର୍ଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ର ୧୪ ତମ ବାଟାଲିୟନ କମାଣ୍ଡାଣ୍ଟ ବଲଜିନ୍ଦର ସିଂହ କହିଛନ୍ତି ଯେ, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ବୁଧବାର ବିଳମ୍ବିତ ରାତିରେ ହିମାଚଳ ପ୍ରଦେଶର ଶ୍ରୀଖଣ୍ଡ ନିକଟରେ ବାଦଲଫଟା ବର୍ଷା ହୋଇଛି। ସମେଜ ଓ ବେଗି ବ୍ରିଜ୍ ନିକଟରେ ପ୍ରବଳ ବର୍ଷା ଯୋଗୁ ପାଖାପାଖି ୪୫ରୁ ଅଧିକ ଲୋକ ଭାସି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନେକ ଏବେବି ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏନ୍ଡିଆର୍ଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Powered by Froala Editor