ୱେବସାଇଟରେ ଆସିଲାଣି ମାଟ୍ରିକ ଫଳ
ଭୁବନେଶ୍ୱର : ଅପରାହ୍ନ ୪ଟାରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ସଂଧ୍ୟା ୬ରୁ ପରୀକ୍ଷା ଫଳ ୱେବସାଇଟରେ ଉପଲବ୍ଧ ହେବବୋଲି କୁହାଯାଇଥିଲା । କିନ୍ତୁ ଏହାର ବହୁପୂର୍ବରୁ ବୋଡର଼୍ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ଚଳିତ ବର୍ଷ ମାଟ୍ରିକରେ ୯୭.୮୯% ଛାତ୍ରଛାତ୍ରୀ ପାଶ କରିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ବହୁ ଅଧିକ ପ୍ରତିଶତ ପିଲା ପାଶ କରିଛନ୍ତି । ଗତବର୍ଷ ଅପେକ୍ଷା ପ୍ରାୟ ୨୦% ଅଧିକ ପିଲା ପାଶ କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନହୋଇଥିଲେବି ୫ ଲକ୍ଷ ୭୪ ହଜାର ୧୨୫ ଜଣ ଦଶମରେ ପାଠ ପଢ଼ୁଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାଶ କରିଛନ୍ତି । ୪୪୧୨ ପିଲା ସ୍କୁଲରେ ପରୀକ୍ଷା ନଦେଇ ଅନୁପସ୍ଥିତ ରହିଥିଲେ । ମନ୍ତ୍ରୀ ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ, ୨୬୫୬ ଜଣ ଏ୧ ପାଶ କରିଥିବାବେଳେ ଏ୨ରେ ୨୨୧୩୧, ବି୧ରେ ୫୨୨୫୧ ଓ ବି୨ରେ ୯୪୪୭୫ ଜଣ ପାଶ କରିଛନ୍ତି । ଏକ୍ସ ରେଗୁଲାରରେ ୫୨୨୮୯ ପିଲା ପରୀକ୍ଷା ଦେଇଥିବାବେଳେ ୪୭୦୬୦ ଜଣ ପାଶ କରିଛନ୍ତି । ଅର୍ଥାତ ପାଶ ପ୍ରତିଶତ ୮୮% ରହିଛି । ଅପରପକ୍ଷରେ ମଧ୍ୟମାରେ ୪୭୧୩ ପିଲା ପରୀକ୍ଷା ଦେଇଥିବାବେଳେ ୪୬୨୨ ଜଣ ପାଶ କରିଛନ୍ତି । ପାଶ ହାର ୯୮% ରହିଛି । www.bseodisha.ac.in ଓ www.bseodisha.nic.in ୱେବସାଇଟରେ ମାଟ୍ରିକ ପରୀକ୍ଷା ଫଳ ଉପଲବ୍ଧ ହେବ । ଯଦି ଇଂଟରନେଟ ସୁବିଧା ନଥିବ ତେବେ ଏସଏମଏସ ମାଧ୍ୟମରେ ବି ମାଟ୍ରିକ ପରୀକ୍ଷା ଫଳ ଜାଣିହେବ । ଏଥିପାଇଁ OR01 ଲେଖି ୫୬୭୬୭୫୦ କୁ ଏସଏମଏସ କଲେ ପରୀକ୍ଷା ଫଳ ମିଳିପାରିବ ।
Powered by Froala Editor